November 1, 2024

ଭୁବନେଶ୍ବର-(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)-: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ୧୨୫ତମ ରାଜ୍ୟ ସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୪ ହଜାର ୮୦୪ କୋଟି ମୂଲ୍ୟର ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ପ୍ରମୁଖ କ୍ଷେତ୍ର ଭାବେ ପୋଷାକ ଏବଂ ଟେକ୍ସଟାଇଲ୍, ଷ୍ଟିଲ୍ ଡାଉନଷ୍ଟ୍ରିମ, ପେଣ୍ଟ (କେମିକାଲ୍), ପ୍ଲାଷ୍ଟିକ୍, ପ୍ୟାକେଜିଂ / ମେଟାଲ୍ ଡାଉନଷ୍ଟ୍ରିମ, କେମିକାଲ୍ସ, ଖାଦ୍ୟ, ପାନୀୟ ଏବଂ ସହଯୋଗୀ ସେକ୍ଟର, ଇସ୍ପାତ (ଫେରଲୋଇସ୍), ଆଇଟି ଭିତ୍ତିଭୂମି, ଏଗ୍ରୋ ପ୍ରକ୍ରିୟାକରଣ, ନବୀକରଣ ଯୋଗ୍ୟ ଶକ୍ତି/ ସର୍କୁଲାର ଅର୍ଥନୀତି ଏବଂ ଭିତ୍ତିଭୂମି ରହିଛି। ଏହି ବିବିଧ ପୁଞ୍ଜି ବିନିଯୋଗ ଓଡିଶାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ସହ ସମୃଦ୍ଧ ଖଣିଜ ସମ୍ପଦ, ଧାତବ ବିଦ୍ୟା ଜ୍ଞାନ ଏବଂ ଆଇଟି କ୍ଷେତ୍ରରେ ବୈଷୟିକ ପ୍ରଗତି କରିବାରେ ସହାୟକ ହେବ।ରାଜ୍ୟର ୧୦ଟି ଜିଲ୍ଲାରେ ଏହି ପ୍ରକଳ୍ପଗୁଡିକ କାର୍ଯ୍ୟ କରିବ। ସେହି ଜିଲ୍ଲାଗୁଡ଼ିକ ହେଉଛି କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ସମ୍ବଲପୁର, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା ଓ କଟକ।

Leave a Reply

Your email address will not be published. Required fields are marked *