ଭୁବନେଶ୍ୱର,୨୮ା୦୧ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ଅଚ୍ୟୁତାନନ୍ଦ ବିଦ୍ୟାପୀଠର ୧୯୮୩ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କ ଏକ ବନ୍ଧୁ ମିଳନ ଉତ୍ସବ ଦାଉଦପୁର ପଞ୍ଚାୟତ ସ୍ଥିତ ନଇଁଗୁଆଁ ଗୋପୀନାଥପୁର ବନ୍ୟଜଙ୍ଗଲରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୪୧ ବର୍ଷ ପରେ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ଏକାଠି ହୋଇ ପୁରୁଣା ସ୍ମୃତିକୁ ମନେପକାଇବା ସହ ଛାତ୍ର ଛାତ୍ରୀଙ୍କ ଗହଣରୁ ଇହଧାମ ତ୍ୟାଗ କରିଥିବା ୮ ଜଣ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ଆତ୍ମାର ସଦ୍ଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରତ୍ନାକର ବାରିକ, ଭାଗବତ ପ୍ରଧାନ, ଜାବାଳୀ ପ୍ରଧାନ, ରତ୍ନାକର ଦାସ, ସୁଶାନ୍ତ ପରିଜା, ସ୍ୱରୂପ ମହାନ୍ତି, ଅଜିତ୍ ସାହୁ, ଅଜୟ ସାମଲ, ଅଜୟ ବେହେରା, ବାବୁଲି ବେହେରା, ଶରତ ବେହେରା, ହିଂମାଶୁ ବେହେରା, ତପନ ସ୍ୱାଇଁ, ପ୍ରମୋଦ ବେହେରା, ଶରତ ଦାସ, ସରୋଜ ସାହୁ, ଅଭୟ ଦାସ, ବସନ୍ତ ଭୋଳ, ପ୍ରମୋଦ ଦଳାଇ, ରହେମନ୍ ଖାଁ, ରୂପଶୀ ଶତପଥି, ମୀନା ସାହୁ, କୈଳାସ ମହାପାତ୍ର, ଅଶୋକ ପରିଡା, ମନୋରଂଜନ ସେଠୀ, କ୍ଷୀରୋଦ ସେନାପତି, ରବିନ୍ଦ୍ର ଦାସ, ମିନାକ୍ଷୀ ସାହୁ, ରମେଶ ଚନ୍ଦ୍ର ଦାସ, ମନୋରଂଜନ ସାହୁଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଓ ତାଙ୍କ ପରିବାରଙ୍କ ଗହଣରେ ଏକାଠି ହୋଇ ଅନନ୍ଦ ଉଲ୍ଲାସର ସହିତ ବନ୍ଧୁମିଳନ ଉତ୍ସବକୁ ପାଳନ କରିଥିଲେ ।