
ଡେସ୍କ ,(ଭୟେସ ଅଫ୍ ଇଣ୍ଡିଆ/ପ୍ରମୋଦ କୁମାର ଦାଶ) :-ମାହାଙ୍ଗା ଅଞ୍ଚଳର ବହୁ ପୁରାତନ ଜବାହାରଲାଲ ନେହୁର ମହାବିଦ୍ୟାଳୟର ଆଜି ୪୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି କ୍ଷ ଏହି ଅବସରରେ ମୁଖ୍ୟ ଅତିଥିଭାବେ ଓଡିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗଦେବା ସହିତ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଯୁବ ବିଧାୟକ ଶାରଦା ପ୍ରଧାନ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ଯୋଗ ଦେଇଥିଲେ ସେଠାରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ବାଚସ୍ପତିଙ୍କ ସମେତ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ ।

ଆୟୋଜିତ ଏହି ସଭାରେ ଛାତ୍ରଛାତ୍ରୀ ମାନେ ଉତ୍ତମ ପାଠ ପଢ଼ିବା ସହ ଆଗାମୀ ଭବିଷ୍ୟତରେ କିପରି ଜଣେ ଭଲ ମଣିଷ ହୋଇ ସମାଜର କଲ୍ୟାଣ ସାଧନ କରି ପାରିବେ, ସେଥିପ୍ରତି ସମ୍ମାନୀତ ଅତିଥିମାନେ ବିଶେଷ ଗୁରୁତ୍ବ ଦେଇଥିଲେ। ଏହା ସହିତ ଆଗାମୀ ଦିନରେ ଏହି ମହାବିଦ୍ୟାଳୟ ଉନ୍ନତି ପାଇଁ ଯାହା ଅର୍ଥର ଆବଶ୍ୟକତା ରହିଛି ତାହା ସରକାର ଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ବିଧାୟକ ପ୍ରତିଶୃତି ଦେଇଥିଲେ । ଯେଭଳି ଏହି ଜେ.ଏନ୍ କଲେଜ ସାରା ଓଡିଶା ରେ ଏକ ନମ୍ବର କଲେଜ ପରିଣତ ହୋଇପାରିବ ସେଥିପ୍ରତି ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ଆୟୋଜିତ ସଭାରେ ବିଧାୟକ ଶ୍ରୀ ପ୍ରଧାନ କହିବା ସହିତ ଆଗରୁ ଏହି ପୁରାତନ ମହାବିଦ୍ୟାଳୟର ଯେଭଳି ଉନ୍ନତି ହେବାକଥା ସେଭଳି ହୋଇନାହିଁ ବୋଲି ବିଧାୟକ କ୍ଷୋଭ ପ୍ରକାଶ କରିଥଲେ।
