November 1, 2024

ଭୁବନେଶ୍ୱର,୦୧ା୦୨ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ କରିବା ପରେ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ଲୋକସଭାରେ ୨୦୨୪ ପାଇଁ ବଜେଟ ଉପସ୍ଥାପନ କରି ବିଭିନ୍ନ କ୍ଷେତ୍ର ପାଇଁ ବ୍ୟୟ ବରାଦ ଘୋଷଣା କରିଥିଲେ। ଏହାପରେ ଲୋକସଭାକୁ ଦିନକ ପାଇଁ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ।ଅର୍ଥମନ୍ତ୍ରୀ ଏହି ବଜେଟର ଏକ ନକଲ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ପରେ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି।

Leave a Reply

Your email address will not be published. Required fields are marked *