ସାହିତ୍ୟ ଭାବ ଓ ଭାବନାକୁ ବ୍ୟକ୍ତ କରିବାର ଶ୍ରେଷ୍ଠ ମାଧ୍ୟମ
ଭୁବନେଶ୍ୱର,୩।୨ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ନେମାଳ ପଞ୍ଚାୟତ ପରିସରରେ ଭାଷା ଅତୀତର ଅସ୍ତିତ୍ୱ , ଭାଷା ହିଁ ଭବିଷ୍ୟତ ସଂପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଶାସ୍ ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟାପକ ବିନୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି ଶିକ୍ଷାବିତ ସଚ୍ଚିଦାନନ୍ଦ ମିଶ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ କବି ଶାରଦା ପ୍ରସାଦ ମିଶ୍ର ଯୋଗଦେଇ ସାହିତ୍ୟ ଭାବ ଓ ଭାବନାକୁ କୁବ୍ୟକ୍ତ କରିବାର ଶ୍ରେଷ୍ଠ ମାଧ୍ୟମ ଓ ଏଥିରେ ସ୍ୱତଃ ଅନ୍ତଃ ସ୍ଫୁରଣ ପ୍ରବାହିତ ହେବା ସହ ଆବେଗିକ ମାନସିକତା ଆସିଥାଏ ବୋଳି ସୁଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସିସିବି ନିର୍ଦ୍ଧେଶକ ଅଚ୍ୟୁତାନନ୍ଦ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ଭବାନୀ ପ୍ରସାଦ ପଣ୍ଡା ,ସରପଞ୍ଚ ସସ୍ମିତା ମହାନ୍ତି ,ସମିତି ସଭ୍ୟ ବିଶ୍ୱେନ୍ଧୁ ମହାରଣା,ସାହିତ୍ୟିକ ତନ୍ମୟ କିଶୋର ଦାସ ,ଜିଆରଏସ ଗିତାଞ୍ଜଳୀ ପଣ୍ଡା ପ୍ରମୁଖ ଯୋଗଦେଇ ଆର୍ଯ୍ୟ ସନାତନ ଭୂମିରେ ସର୍ଜନାତ୍ମକ ସାହିତ୍ୟି ତଥ୍ୟ ମାଧ୍ୟମରେ ମାନବ ସମାଜର ସର୍ବବିଧ ମଙ୍ଗଳ ବିଧାନ କରିବାକୁ ପରାମର୍ଶ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ନେମାଳ ପଞ୍ଚାୟତ ବିଜେଡି ସଭାପତି ବିମଳ କୁମାର ଦାସ , ଉପସଭାପତି ଅମୀୟ ପ୍ରସାଦ ମହାନ୍ତି, ଯୁବ ନେତା ସୁବାସ ପାତ୍ର, ଯୁବ ବିଜେଡି ସଭାପତି ଭୈରବ କାସ୍ତ , ,ଯୁବ ସଂଗଠକ ସୁନାକର ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଅତିଥି ମାନଙ୍କ ଠାରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ ।ଏହି ଅବସରରେ ବିଶିଷ୍ଠ ବ୍ୟକ୍ତି ପଣ୍ଡିତ ସତୃଘ୍ନ ଦାସ, କାର୍ତ୍ତୀକ ଚରଣ ମୁଦୁଲି ,ଜଗବନ୍ଧୁ ସାହୁ,ରସତମ ଅଲ୍ଲୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁନିଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।