November 2, 2024

ଭୁବନେଶ୍ୱର,୦୫ା୦୨ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- କଟକ ସଦର ନିର୍ବାଚନ ମଣ୍ଡଳି ପାଳଦା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଳଦା ପଞ୍ଚାୟତ ସରପଞ୍ଚ ଚିନ୍ମୟୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସିସିବି ନିର୍ଦ୍ଧେଶକ ଅଚ୍ୟୁତାନନ୍ଦ ଦାସଙ୍କ ସଂଯୋଜନାରେ ଜିଲ୍ଲାପରିଷଦ ସଭ୍ୟ ଇଂ ବିଳାଶ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଳନା ଓ ଏହାର ସଫଳ ରୂପାୟନ ହୋଇଥିବାରୁ ପଞ୍ଚାୟତରେ ଭିତ୍ତି ଭୂମିର ବିକାଶ ହୋଇଛି । ଗ୍ରାମାଞ୍ଚଳର ଲୋକମାନେ ଏବେ ସହଜ ଓ ସୁବିଧାରେ ସ୍ୱାସ୍ଥ୍ୟ ଶିକ୍ଷା ଓ ଗମନାଗମନ ଭଳି ବିଭିନ୍ନ ମୌଳିକ ସୁବିଧା ହାତପାହାନ୍ତାରେ ପାଉଛନ୍ତି ବୋଲି ଲୋକମାନଙ୍କୁ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବେ ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, କଟକ ଜିଲ୍ଲା ବିଜୁଜନତାଦଳ ସାଧାରଣ ସଂପାଦକ ତଥା ସମାଜସେବୀ ନୃସିଂହଚରଣ ମୁଦୁଲି ,ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ , ନେମାଳ ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣା, ସମାଜସେବୀ ରମାକାନ୍ତ ବେହେରା,ନନ୍ଦିନି ନାୟକ,ସମିତି ସଭ୍ୟା ସୈାଭାଗ୍ୟଲକ୍ଷ୍ମୀ ମଲିକ,ଯୁବ ସଭାପତି ତାରାକାନ୍ତ ମଲିକ.ଜନାର୍ଦ୍ଧନପୁର ସରପଞ୍ଚ ବିଶ୍ୱଭୁଷଣ ନାକ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ‘ଆମ ପଞ୍ଚାୟତର ବିକାଶ’ ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।ଏହି ପଞ୍ଚାୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୫୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ୧୦ଟି ପ୍ରକଳ୍ପ କରାଯାଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୬୫୧ ପରିବାରଙ୍କୁ ସାମିଲ କରାଯାଇଛି । କାଳିଆ ଯୋଜନାରେ ୫୭୯ ଜଣ କୃଷକଙ୍କୁ ସାମିଲ କରାଯାଇଛି । ସାମାଜିକ ସୁରକ୍ଷା ଯୋଜନାରେ ୫୧୪ ହିତାଧିକାରୀଙ୍କୁ ଭଲା ପ୍ରଦାନ କରାଯାଇଥିବା ବେଳେ ମିଶନ ଶକ୍ତି ଯୋଜନାରେ ୩୮ଟି ଗୋଷ୍ଠିକୁୁ ୯୨ଲକ୍ଷ ୭ ହଜାର ଟଙ୍କା ବିନାସୁଧରେ ଋଣ ଦିଆଯାଇଛି । ୬୭୬ ପରିବାରକୁ ରାଶନ କାର୍ଡ ଓ ୩୪୨ ଗର୍ଭବତୀ ମହିଳାଙ୍କୁ ମମତା ଯୋଜନାରେ ସାମିଲ କରାଯାଇଥିବା ସରପଞ୍ଚ ଚିନ୍ମୟୀ ବେହେରା ସୂଚନା ଦେଇଥିଲେ । ଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝିଲି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *