ନୂଆଦିଲ୍ଲୀ ୦୫ା୦୨ (ଭୟୋସ ଅଫ୍ ଇଣ୍ଡିଆ) :- ବର୍ତ୍ତମାନ ବିବାହ ଋତୁ ଚାଲିଥିବାବେଳେ ସୁନା ଓ ରୂପା ଦର କିଛି ମାତ୍ରାରେ ଗ୍ରାହକଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ଘରୋଇ ବଜାରରେ ସୋମବାର ସୁନା ଓ ରୂପା ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ଚାହିଦା ଅଭାବ ଯୋଗୁ ଦରକୁ ସମର୍ଥନ ମିଳୁନାହିଁ। ଏଥିସହ ବିଶ୍ୱ ବଜାରରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି, ଯାହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖାଯାଉଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜ୍ବେଲର୍ସ ଆସୋସିଏସନ୍(ଆଇବିଜେଏ) ମୁତାବକ, ୧୦ ଗ୍ରାମ ପ୍ରତି ସୁନା ୫୧୭ ଟଙ୍କା ଶସ୍ତା ହୋଇ ୬୨,୬୨୫ ଟଙ୍କା ହୋଇଛି। ସେହିପରି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୪୬,୯୬୯ ଟଙ୍କା ରହିଛି। ରୂପା ଦରରେ ମଧ୍ୟ ସୋମବାର ୧ ହଜାରରୁ ଅଧିକ ଟଙ୍କା ହ୍ରାସ ପାଇଛି। ଏହା ୧,୩୧୯ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପ୍ରତି ୭୦,୫୪୫ ଟଙ୍କାକୁ ଖସିଆସିଛି। ଏହା ପୂର୍ବରୁ ରୂପା ୭୧,୮୬୪ ଟଙ୍କା ଥିଲା।
ଶୁଦ୍ଧତା ଅନୁସାରେ ସୁନାର ଦାମ୍:
୧୦ କ୍ୟାରେଟ୍ ଅର୍ଥାତ୍ ୪୧.୭ ପ୍ରତିଶତ ଶୁଦ୍ଧ ସୁନାର ଦାମ୍ ସୋମବାର ୩୬୬୩୬ ଟଙ୍କାକୁ ଖସିଛି। ରବିବାର ତୁଳନାରେ ଆଜି ମୂଲ୍ୟ ୩୦୨ ଟଙ୍କା କମିଛି।
୧୪ କ୍ୟାରେଟ୍ ଅର୍ଥାତ୍ ୫୮.୩ ପ୍ରତିଶତ ଶୁଦ୍ଧ ସୁନାର ଦାମ୍ ସୋମବାର ୪୬୯୬୯ ଟଙ୍କା ରହିଛି। ରବିବାର ତୁଳନାରେ ମୂଲ୍ୟ ୩୯୭ ଟଙ୍କା ହ୍ରାସ ପାଇଛି।
୧୮ କ୍ୟାରେଟ୍ ଅର୍ଥାତ୍ ୭୫.୦ ପ୍ରତିଶତ ଶୁଦ୍ଧ ସୁନା ଦର ୫୭୬୩୫ ଟଙ୍କା ରହିଛି। ରବିବାର ତୁଳନାରେ ୫୦୫ ଟଙ୍କା ଶସ୍ତା ହୋଇଛି।
୨୨ କ୍ୟାରେଟ୍ ଅର୍ଥାତ୍ ୯୧.୭ ପ୍ରତିଶତ ଶୁଦ୍ଧ ସୁନାର ଦାମ୍ ସୋମବାର ୬୨୩୭୪ ଟଙ୍କା ରହିଛି। ରବିବାର ତୁଳନାରେ ଦାମ୍ ୫୧୫ ଟଙ୍କା କମିଛି।
୨୪ କ୍ୟାରେଟ୍ ଅର୍ଥାତ୍ ୯୯.୯ ପ୍ରତିଶତ ଶୁଦ୍ଧ ସୁନାର ମୂଲ୍ୟ ସୋମବାର ୬୨୬୨୫ ଟଙ୍କାକୁ ଖସିଆସିଛି। ରବିବାର ତୁଳନାରେ ଆଜିର ଦାମ୍ ୫୧୭ ଟଙ୍କା ହ୍ରାସ ପାଇଛି।