ଭୁବନେଶ୍ୱର,୬ା୦୨ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-କଟକ ସଦର ନିର୍ବାଚନ ମଣ୍ଡଳି ମଣୀଜଙ୍ଗ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଣୀଜଙ୍ଗ ପଞ୍ଚାୟତ ସରପଞ୍ଚ ଶାରଦା ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ପ୍ରାକ୍ତନ ସଦର ବ୍ଲକର ଉପାଧ୍ୟକ୍ଷ ବିଭୁତିଭୁଷଣ ପରିଡା ,ପର୍ଯ୍ୟବେକ୍ଷକ ଶରତ କୁମାର ସାମଲ ,ପ୍ରାକ୍ତନ ଜିଲ୍ଲାପରିଷଦ ଦିଲିପ ବିଶ୍ୱାଳ ,ମହମ୍ମଦପୁର ପ୍ରାକ୍ତ ସରପଞ୍ଚ ସରୋଜ ବେହେରା,ବାବୁଜଙ୍ଗ ସରପଞ୍ଚ ମିଲନ ଭୁୟାଁ ,ସମିତି ସଭ୍ୟ ସ୍ୱର୍ଣ୍ଣଶିଖା ମହାନ୍ତି ,ବିଜେଡି ସଭାପତି ପ୍ରିୟନାଥ ମହାନ୍ତି ,ଉତରକୂଳ ସମିତି ସଭ୍ୟ କିଶୋର ସାହାଣୀ ,ମଣ୍ଡଳ ପ୍ରକଳ୍ପ ଅଧିକାରୀ ପ୍ରଦିପ୍ତ କୁମାର ମହାନ୍ତି.ଜିଆରଏସ ଚିତ୍ତରଞ୍ଜନ ମହାନ୍ତି ,ଯୁବ ସଭାପତି ଲିପ୍ତି ମହାନ୍ତି ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଳନା ଓ ଏହାର ସଫଳ ରୂପାୟନ ହୋଇଥିବାରୁ ପଞ୍ଚାୟତରେ ଭିତ୍ତି ଭୂମିର ବିକାଶ ହୋଇଛି । ଗ୍ରାମାଞ୍ଚଳର ଲୋକମାନେ ଏବେ ସହଜ ଓ ସୁବିଧାରେ ସ୍ୱାସ୍ଥ୍ୟ ଶିକ୍ଷା ଓ ଗମନାଗମନ ଭଳି ବିଭିନ୍ନ ମୌଳିକ ସୁବିଧା ହାତପାହାନ୍ତାରେ ପାଉଛନ୍ତି ବୋଲି ଲୋକମାନଙ୍କୁ ଅବଗତ କରାଇଥିଲେ ।
ଏହି ପଞ୍ଚାୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୫୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ୧୦ଟି ପ୍ରକଳ୍ପ କରାଯାଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୮୩୬ ପରିବାରଙ୍କୁ ସାମିଲ କରାଯାଇଛି । କାଳିଆ ଯୋଜନାରେ ୬୩୮ ଜଣ କୃଷକଙ୍କୁ ସାମିଲ କରାଯାଇଛି । ସାମାଜିକ ସୁରକ୍ଷା ଯୋଜନାରେ ୪୩୭ ହିତାଧିକାରୀଙ୍କୁ ଭଲା ପ୍ରଦାନ କରାଯାଇଥିବା ବେଳେ ୮୪୫ ପରିବାରକୁ ରାଶନ କାର୍ଡ ଓ ୩୯୩ ଗର୍ଭବତୀ ମହିଳାଙ୍କୁ ମମତା ଯୋଜନାରେ ସାମିଲ କରାଯାଇଥିବା ସରପଞ୍ଚ ଚିନ୍ମୟୀ ବେହେରା ସୂଚନା ଦେଇଥିଲେ । ଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।