November 1, 2024

ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ୩୫ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଏକ ରଙ୍ଗାରଙ୍ଗ୍ ପରିବେଶ ମଧ୍ୟରେ ଉଦ୍‌ଯାପିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶଂକର ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନେମାଳ ଥାନା ଅଇ.ଅଇ.ସି ସୁଶିଲ କୁମାର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି କରି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶାରିରିକ କ୍ରୀଡା ଅର୍ନ୍ତନିହିତ ଗୁଣର ବିକାଶ କରିବା ସହିତ ଛାତ୍ରଛାତ୍ରୀ ମାନେ ଏକାଗ୍ରତା ଓ ନିଷ୍ଠାର ସହିତ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟ ବକ୍ତା ଭାବେ ଷ୍ଟେଟ ବ୍ୟାଙ୍କ ଶାଖ ପରିଚାଳକ ପ୍ରଭାତ ରଞ୍ଜନ ରାୟ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ କ୍ରିଡା ଅଧ୍ୟାପକ ବିଚିତ୍ରାନନ୍ଦ ଜେନା ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ବିପିନ ବିହାରି ଦାସ,ପ୍ରାଧ୍ୟାପକ ଗଗନ ବିହାରି ଦାସ ,ପ୍ରାଧ୍ୟାପକ ପଫୁୁଲ୍ଲ କୁମାର ଲେଙ୍କା,ଅଧ୍ୟାପକ ଅଭିମନ୍ୟୁ ସେଠୀ,ଅଧ୍ୟାପିକା ବିପ୍ଲବିନୀ ସିଂହ,ଅଧ୍ୟାପକ ସୁଶାନ୍ତ କୁମାର ସାହୁ ,ଅଧ୍ୟାପକ ବିବେକାନନ୍ଦ ଜେନା ,ଅଧ୍ୟାପିକା ଡ.ଦିପ୍ତିମୟୀ ବେହେରା,ଅଧ୍ୟାପକ ଚିତରଞ୍ଜନ ଜେନା,ଅଧ୍ୟାପିକା ରଞ୍ଜୁଲତା ସାହୁ, ଅଧ୍ୟାପକ ବିବେକାନନ୍ଦ ଜେନା,ଅଧ୍ୟାପିକା ଶୁଭଲକ୍ଷ୍ମୀ ନାୟକ,ଅଧ୍ୟାପିକା ବିଜୟଲକ୍ଷ୍ମୀ ସାମଲ ,ଅଧ୍ୟାପକ ବିକାଶ ରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ କ୍ରୀଡାର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ ।

ପ୍ରାରମ୍ଭରେ କ୍ରିଡା ସଂସଦର ଉପଦେଷ୍ଟା ଅଧ୍ୟାପକ ସୁଧାଂଶୁ ଶେଖର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କ୍ରିଡା ସଂସଦର ସହଉପଦେଷ୍ଟା ଅଧ୍ୟାପକ ପ୍ରଦୀପ୍ତ କିଶୋର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ କ୍ରିଡା ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ ମୋଟ ୪୬ଟି କ୍ରିଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆୟୋଜିତ କ୍ରିଡା ଉତ୍ସବରେ ପଞ୍ଚାୟତ ହାଇସ୍କୁଲର କ୍ରିଡା ଶିକ୍ଷକ ଅମରବଲ୍ଲଭ ଦାସ, ମନୋରଂଞ୍ଜନ ବେହେରା, ହିମାଶୁ ଶେଖର ଦାସ.ୟୁଗାନ୍ତର ନାୟକ,ରମେଶ ଦଳାଇ ପ୍ରମୁଖ କ୍ରିଡା ଶିକ୍ଷକ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଚଳିତ ବର୍ଷ ଉକ୍ତ କ୍ରୀଡା ଉତ୍ସବରେ ଯୁକ୍ତ ତିନି ବାଳିକା ବର୍ଗରେ ସିମା ମଲିକ ଓ ବାଳକ ବର୍ଗରେ ଶ୍ରୀତମ ପ୍ରତିକ ବେହେରା ଓ ଜିତେନ୍ଦ୍ର ଜେନାଏବଂ ଯୁକ୍ତ ଦୁଇ ବାଳକ ବର୍ଗରେ ହରମୋହନ ବେହେରା ଓ ବାଳିକା ନସିନ ଫାତମା ପ୍ରମୁଖ ଚମ୍ଫିୟନ ଟ୍ରଫି ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବାଣିଜ୍ୟ ବିଭାଗ ଅଧ୍ୟାପକ ବିନୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଉତ୍ସବରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *