November 1, 2024

ଭୁବନେଶ୍ୱର,୧୨ା୦୨ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- କଟକ ସଦର ନିର୍ବାଚନ ମଣ୍ଡଳି ତଥା ବାବୁଜଙ୍ଗ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସରପଞ୍ଚ ମିଲନ ଭୁୟାଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ଓ ରାଜ୍ୟବାସୀଙ୍କ ପାଇଁ ସରକାର କରିଥିବା ସମସ୍ତ ପ୍ରକାର ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ଇଂ ବିଳାସ ଭୋଇ, ସିସିବି ନିର୍ଦ୍ଧେଶକ ଅଚ୍ୟୁତାନନ୍ଦ ଦାସ, ଏବିଡିଓ ଅଶୋକ ପ୍ରସାଦ ମହାନ୍ତି ,ଜିଲ୍ଲା ପରିଷଦ ସଭ୍ୟା ସୁଭଶ୍ରୀ ମହାନ୍ତି ,ପ୍ରୋଗ୍ରେସିଭ ଆସିଷ୍ଟାଣ୍ଟ ବିଷ୍ଣୁଚରଣ ବେହେରା,ବିମଲ ପଡିହାରୀ ,ଆଲୋକ ଖୁଣ୍ଟିଆ ,କିଶୋର ସାହାଣି ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଟିଭି ପରଦା ସହ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଯୋଜନା ଏବଂ ବିକାଶର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ‘ଆମ ପଞ୍ଚାୟତର ବିକାଶ’ ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିବା ବେଳେ ପଞ୍ଚାୟତର ବରିଷ୍ଠ ବ୍ୟକ୍ତି , ଏମବିକେ,ସିଆରସି,ସମସ୍ତ ସ୍ୱସ୍ଥ୍ୟକର୍ମୀ ମାନଙ୍କୁ ଉପଢୈକନ ମାନେପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ପଞ୍ଚାୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୫୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ୧୧ଟି ପ୍ରକଳ୍ପ କରାଯାଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୧୩୦୨ ପରିବାରଙ୍କୁ ସାମିଲ କରାଯାଇଛି । କାଳିଆ ଯୋଜନାରେ ୧୧୧୫ ଜଣ କୃଷକଙ୍କୁ ସାମିଲ କରାଯାଇଛି । ସାମାଜିକ ସୁରକ୍ଷା ଯୋଜନାରେ ୭୭୮ ହିତାଧିକାରୀଙ୍କୁ ଭର୍ତ୍ତା ପ୍ରଦାନ କରାଯାଇଥିବା ବେଳେ ମିଶନ ଶକ୍ତି ଯୋଜନାରେ ୩୨ଟି ଗୋଷ୍ଠିକୁୁ ୧୪.୭୫ଲକ୍ଷ ଟଙ୍କା ବିନାସୁଧରେ ଋଣ ଦିଆଯାଇଛି । ୧୩୧୧ ପରିବାରକୁ ରାଶନ କାର୍ଡ ଓ ୪୦୨ ଗର୍ଭବତୀ ମହିଳାଙ୍କୁ ମମତା ଯୋଜନାରେ ସାମିଲ କରାଯାଇଥିବା ସରପଞ୍ଚ ଶ୍ରୀଯୁକ୍ତ ଭୁୟାଁ ସୂଚନା ଦେଇଥିଲେ । ଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟରାମ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *