January 31, 2025

ଭୁବନେଶ୍ୱର,(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ସାରା ଓଡିଶା ତଥା ଓଡିଶା ବାହାରେ ଶାରଳା ପୁତ୍ର ଭାବେ ସୁପରିଚିତ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନଗସପୁର ଗ୍ରାମ ପଂଚାୟତ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦ୍ରନାଥ ପଟ୍ଟନାୟକଙ୍କ ଅଂଚଳର ଶାରଳାପୁତ୍ର ଶ୍ରୀରାମ ବିନୋଦ କୁମାର ଷଢଙ୍ଗୀ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ପ୍ରକାଶ କରିଛନ୍ତି । ସେ ନିଜର ପାଠପଢା ସମୟରୁ ପାଠପଢା ସହିତ ଜନସେବା କରିଆସୁଛନ୍ତି । ସେ ଜଣେ ଶିକ୍ଷିତ ଯୁବକ ଅଟନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଏସ୍‌.ସି, ପି.ଜି ହୋଇଥିଲା ବେଳେ ସେ ଓଡିଆ, ଇଂରାଜୀ, ରାଜନୀତି ବିଜ୍ଞାନ, ସାଧାରଣ ପ୍ରଶାସନ, ଜର୍ନାଲିଜିମ୍ ଆଣ୍ଡ ମାସ କମ୍ୟୁନିକେସନ, ଏଲ୍ ଏଲ୍ ବି ରେ ପାରଦର୍ଶିତା ଲାଭ କରିିଛନ୍ତି । ସେ ଏକାଧାରରେ ଜଣେ ଲେଖକ, ସାମ୍ବାଦିକ, ଆଇନଜୀବୀ, ରାଜନୀତିକ ସମୀକ୍ଷକ, ସମାଜସେବୀ, ସମାଜସଂସ୍କାରକ ଅଟନ୍ତି । ଯାହାପାଇଁ ସେ ଓଡିଶାର ପୁରପଲ୍ଲୀରେ ପରିଚିତ । ତାଙ୍କର କଥାବାର୍ତ୍ତା, ବ୍ୟବହାର, ନମ୍ରତା, ଶିଷ୍ଠାଚାର, ଭଦ୍ରତା, ନିଷ୍ଠାପର ସେବା ଆଦି ପାଇଁ ସମସ୍ତେ ତାଙ୍କୁ ଭଲ ପାଆନ୍ତି । ସମାଜସେବା ପାଇଁ ସେ କୌଣସି ସରକାରୀ ଚାକିରୀରେ ଭର୍ତ୍ତି ହୋଇନାହାଁନ୍ତି । ବର୍ତ୍ତମାନ ରାଜନୀତି ମାଧ୍ୟମରେ ଜନସେବା କରିବା ତାଙ୍କର ଜୀବନର ଏକମାତ୍ର ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି । ସେ ପୁରୀ, କଟକ, କେନ୍ଦ୍ରାପଡା,ଭୁବନେଶ୍ୱର କିମ୍ବା ଜଗତ୍‌ସିଂହପୁର ଆଦି କୌଣସି ଏକ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ପ୍ରକାଶ କରିଛନ୍ତି । ମାତ୍ର ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ କରିନାହାଁନ୍ତି ।

Leave a Reply

Your email address will not be published. Required fields are marked *