January 31, 2025

ଭୁବନେଶ୍ୱର,୨୨।୨(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନ୍ତପୁର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ନୃସିଂହ ଚରଣ ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜୁଜନତାଦଳ ଉପ ସଭାପତି ଅଚ୍ୟୁତାନନ୍ଦ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଳନା ଓ ଏହାର ସଫଳ ରୂପାୟନ ଓ ପଞ୍ଚାୟତରେ ଭିତ୍ତି ଭୂମିର ବିକାଶର ବାର୍ତ୍ତା ପ୍ରଦାନ କରିଥିଲେ । ଅତିଥି ଭାବେ ନିଶ୍ଚିନ୍ତଜୋଇଲି ବ୍ଲକ ବିକୁଜନତା ଦଳ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ , ଜିଲ୍ଲା ଯୁବ ସମ୍ପାଦକ ହିମାଂଶୁ ଶେଖର ଦାସ ,କଳମିଶ୍ରୀ ପଞ୍ଚାୟତ ସରପଞ୍ଚ ଅନନ୍ତ କର ,ଜନାର୍ଦ୍ଧନପୁର ସରପଞ୍ଚ ବିଶ୍ୱଭୁଷଣ ନାୟକ, ଶିକ୍ଷାବିତ ଭୈରବ ଜେନା ,ଦିଜବର ପଣ୍ଡା ,ଅମୁଲ୍ୟ କୁମାର ମହାନ୍ତି ,ରମେଶ ମହାପାତ୍ର ,ଅଟଲ ମହାପାତ୍ର,କ୍ଷିରୋଦ ରାଉତ,ନିରଞ୍ଜନ ମଲିକ ,ବାବି ସିଂ ,ଦର୍ଶନ ନାୟକ ,ଜଗବନ୍ଧୁ ମହାନ୍ତି ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଟିଭି ପରଦା ସହ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଯୋଜନା ଏବଂ ବିକାଶର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ‘ଆମ ପଞ୍ଚାୟତର ବିକାଶ’ ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିବା ବେଳେ ପଞ୍ଚାୟତର ବରିଷ୍ଠ ବ୍ୟକ୍ତି , ଏମବିକେ,ସିଆରସି,ସମସ୍ତ ସ୍ୱସ୍ଥ୍ୟକର୍ମୀ ମାନଙ୍କୁ ଉପଢୈକନ ମାନେପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । । ଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଧନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *