କଟକ,୨ା୦୩(ଭୟେସ ଅଫ୍ ଇଣ୍ଡିଆ) :- ଦେବୋତ୍ତର ବିଭାଗର ଡେପୁଟି କମିସନର ପ୍ରଶାନ୍ତ ବେହେରାଙ୍କ ନିର୍ଦ୍ଦେଶାନାମା ଅନୁଯାଇ ରାଜ୍ୟ ଦେବୋତ୍ତର ବିଭାଗର କମିସନରଙ୍କ ବିନା ଅନୁମତିରେ ନେମାଳ ଗାଦି ଗୋସେଇଁ ପୀଠରେ କୌଣସି ଭଙ୍ଗାରୁଜା ଏବଂ ନୂଆ ନିର୍ମାଣ କାର୍ଯ୍ୟ ଓବିସିସି କରିପାରିବ ନାହିଁ ବୋଲି କଟକ ଏଡିଏମ୍ ତଥା ଶ୍ରୀଶ୍ରୀ ଗୋପିନାଥ ଜିଉ ଓ ମହାପୁରୁଷ ଅଚ୍ୟୁତାନନ୍ଦ ଟ୍ରଷ୍ଟବୋର୍ଡକୁ ପତ୍ର ଦ୍ୱାରା ନିବେଦନ କରିଛନ୍ତି । ସୁଚନୟେଯାଗ୍ୟ ଗତ ୩୦-୦୧-୨୦୨୪ରେ ଉଚ୍ଚ ନ୍ୟାୟାଳୟଙ୍କ ଡବ୍ଲୁପି(ସି) କେସ ନଂ ୧୯୦୭/୨୦୨୪ ରେ ଆବେଦନକାରୀଙ୍କ ପ୍ରାର୍ଥନାକୁ ଦୃଷ୍ଟିରେ ରଖି ବିଚାର କରି ମାମଲାଟି ଉପଯୁକ୍ତ ଫୋରମ୍ ଦ୍ୱାରା ସମାଧାନ ହେବା ଆବଶ୍ୟକ ଏବଂ ଲିଖିତ ଆବେଦନରେ ନୁହେଁ ,ତେଣୁ ମାନ୍ୟବର ଅଦାଲତ ଲିଖିତ ଆବେଦନକୁ ଗ୍ରହଣ କରିବାକୁ ଇଚ୍ଛୁକ ନୁହଁନ୍ତି ବୋଲି ବିଚାର କରି ରାୟ ପ୍ରକାଶ କରିଥିଲେ । ତେବେ ରାଜ୍ୟ ଦେବୋତ୍ତର ବିଭାଗର କମିସନରଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ତ୍ୱରାନିତ ହେବ ବୋଲି ମତ ପ୍ରକାଶ ପାଇଛି ।
ଘଟଣା ସଂପର୍କରେ କଣ କୁହନ୍ତି ……..
ସମାଜସେବୀ ପ୍ରସନ୍ନ ବେଉରା – ଦିର୍ଘ ବର୍ଷ ହେବ ମୁଁ ଏହି ପୀଠକୁ ଆସୁଛି ଠାକୁରଙ୍କ ମହିମା ମୁଁ ମୋ ଭାଷାରେ କହିବା ଅତୁଳନିୟ । ପରନ୍ତୁ ଦେବୋତ୍ତର ବିଭାଗର ଡେପୁଟି କମିସନର ଦେଇଥିବା ନିର୍ଦ୍ଦେଶାନାମା ଆନୁଯାଇ ଗାଦି ଗୋସେଇଁ ପୀଠରେ କୌଣସି ଭଙ୍ଗାରୁଜା ଏବଂ ନୂଆ ନିର୍ମାଣ କାର୍ଯ୍ୟ ହେବ ନାହିଁ ,ପରନ୍ତୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଯାହାବି କରାଯିବ ତାହା ମାନ୍ୟବର ରାଜ୍ୟ ଦେବୋତ୍ତର ବିଭାଗର କମିସନରଙ୍କ ଅନୁମତିରେ ହିଁ ହେବ ।
ସମ୍ପାଦକ ସେବାୟତ ସଂଘ –ଉମାକାନ୍ତ ପୂଝାରି -ମହାନ ଆଧ୍ୟାତି୍ମକ ଧର୍ମପୀଠ ରୂପେ ପରିଚିତ ଉତ୍କଳ ପ୍ରଦେଶର ଶ୍ରେଷ୍ଠ ସାଧକ ତଥା ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଭବିଷ୍ୟତ ମାଳିକାକାର ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ପବିତ୍ର ପଦ୍ମବନର ରୁପରେଖ ବଦଳିବା ଦରକାର , ଯାହାକି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ଆମ ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ଦ୍ୱାରା ସମାହିତ ହୋଇଛି ।
ଆଇନଜିବୀ ଅରୁପାନ୍ଦ ଗୋସ୍ୱାମୀ – ଆଜ୍ଞା ମୁଁ ମହନ୍ତ ଗଗନାନନ୍ଦ ଗୋସ୍ୱାମୀଙ୍କ ପୁତୁରା କହିବାକୁ ଚାହେଁ ମାନ୍ୟବର ରାଜ୍ୟ ଦେବୋତ୍ତର ବିଭାଗର କମିସନର ଦେଇଥିବା ନିର୍ଦ୍ଦେଶାନାମା ସ୍ୱାଗତଯୋଗ୍ୟ । ସେ ଯେଉଁ ଆଦେଶ ଜାରି କରିଛନ୍ତି ତାହା ଆମ ସପକ୍ଷରେ । କିଛି ଲୋକମାନେ କହୁଛନ୍ତି ମହାପୁରୁଷଙ୍କୁ ତାଙ୍କ ଶଖା ଅଚ୍ୟୁତ ଖାଁ ଦାନ ସୁତ୍ରରେ ସଂମ୍ପତି ପ୍ରଦାନ କରିଥିଲେ । ପରନ୍ତୁ ଏ ସମ୍ପତି ହେଉଛି ବଂଶାନୁକ୍ରମିକ ମାର‘ର୍ତଦାର ,ସ୍ଥିତିବାନ ଯାହାକି ସମାଧି ପଡିଆ । ପରନ୍ତୁ ବିଗତ ଦିନର ପରମ୍ପରା ପ୍ରତି ଯେଉଁ କୁଠାର ଘାତ କରାଯାଇଛି ତାହା ଜନସାଧାରଣ ବିଚାର କରିବେ । ସବୁପରେବି କ୍ଷମତା ଓ ଅର୍ଥପାଇଁ ଆମେ ଲାଳାୟିତ ନୂହେଁ ବୋଲି କହିବା ସହିତ ମଠର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଅଙ୍ଗୀକାର ବଦ୍ଧ । ଏଥିପାଇଁ ଶ୍ରୀଗୋସ୍ୱାମୀ ସମସ୍ତ ଜନସାଧାରଣ ଓ ଭକ୍ତମାନଙ୍କର ସାହାଯ୍ୟ ସହଯୋଗ ଲୋଡିବେ ।
ଟ୍ରଷ୍ଟ କାର୍ଯ୍ୟାଳୟ ଅଧିକାରୀ – ଶରତ କୁମାର ମଲିକ- ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ପାଖରେ କୈାଣସି କେସ ବିଚାରଧିନ ନାହିଁ । ଆମେ ଯାହାକିଛି ମହାପ୍ରଭୁଙ୍କ ଭିତିଭୁମିର ଉନ୍ନତି ପାଇଁ ଯାହା କିଛି କରିବୁ ତାହା ରାଜ୍ୟ ଦେବୋତ୍ତର ବିଭାଗର କମିସନରଙ୍କ ପରାମର୍ଶ କ୍ରମେ , ଏଥିରେ କୈାଣସି ଦ୍ୱିଧା ନାହିଁ ।
ସ୍ଥାନିୟ ବରିଷ୍ଠ ନାଗରିକ -ଶତୃଘ୍ନ ଦାସ – ଆମେ ଆଜ୍ଞା ଦିର୍ଘ ବର୍ଷ ହେବ ପୀଠର ବିକାଶ ପାଇଁ ସଦାସର୍ବଦା ଦାବି କରିଆସୁଥିବା ବେଳେ ପୀଠର ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୨୩ କୋଟି ଟଙ୍କା ପ୍ରଦାନ କରିଛନ୍ତି ସେଥିପାଇଁ ଆମ ଅଞ୍ଚଳବାସୀ ବହୁତ ଖୁସି , ଯାହାକିଛି ହୋଇଯାଉ ପୀଠର ଉନ୍ନତି କରଣ କରାଯାଉ ।