ଭୁବନେଶ୍ୱର ,୫।୩ (ଭୟେସ ଅଫ୍ ଇଣ୍ଡିଆ) :ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ଆନୁକୂଲ୍ୟରେ ନୂଆ-ଓ ଛାତ୍ରବୃତ୍ତି ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଇଂ ବିଳାସ ଭୋଇ ଯୋଗଦେଇ ଉଚ୍ଚ ଶିକ୍ଷାରେ ନୂଆ-ଓ ଛାତ୍ରବୃତ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ପ୍ରୟାସ ଯାହାକି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢିବାରେ ସହାୟକ ହେବ ବୋଲି ସୁଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ ସସ୍ମିତା ମହାନ୍ତି ,ସମିତି ସଭ୍ୟ ବିଶ୍ୱେନ୍ଧୁ ମହରଣା , ଶ୍ରୀ ଜଗନ୍ନାଥ ବିଶ୍ୱ ଭାତୃତ୍ୱ ପରିବାର ସେବା ସଂଘ ପ୍ରତିଷ୍ଠାତା ପ୍ରାଧ୍ୟାପକ ବିପିନ ବିହାରି ଦାସ ,କଲେଜ ପ୍ରଶାସନିକ ଅଧିକାରୀ ତଥା ଓଡିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଗଗନ ବିହାରି ଦାସ ,ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ଲେଙ୍କା ,ଅଧ୍ୟାପିକା ବିପ୍ଳବିନି ସିଂ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ସୁଧାଂଶୁ ଶେଖର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଶୁଭଲକ୍ଷ୍ମୀ ନାୟକ , ଅଧ୍ୟାପିକା ସୁଚିସ୍ମିତା ରଣା ,ଅଧ୍ୟାପକ ଲେ‘୍ଟନାଣ୍ଟ ଶୁୁସାନ୍ତ କୁମାର ସାହୁ ,ଅଧ୍ୟାପିକା କଳ୍ପନା ନାୟକ,ଅଧ୍ୟାପକ ବିବେକାନନ୍ଦ ଜେନା ,ଅଧ୍ୟାପକ ଚିତରଞ୍ଜନ ଜେନା,ଅଧ୍ୟାପିକା ମଧୁସ୍ମିତା ସାହୁ ,ଅଧ୍ୟାପିକା ରଞ୍ଜୁଲତା ସାହୁ, ଅଧ୍ୟାପିକା ବିଜୟଲକ୍ଷ୍ମୀ ସାମଲ,ଅଧ୍ୟାପକ ନନ୍ଦନନ୍ଦନ ବସନ୍ତିଆ,ଅଧ୍ୟାପକ ବିକାଶ ରଞ୍ଜନ ବେହେରା, ଛାତ୍ରନେତା ହିମାଶୁଂ ଶେଖର ଦାସ ,ବଳଦେବାନନ୍ଦ ଦାସ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ବାଣିଜ୍ୟ ବିଭାଗ ଅଧ୍ୟାପକ ବିନୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।