ଭୁୁବନେଶ୍ୱର,୧୧ା୦୩(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମବାର ନେମାଳ ମହାପୁରଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦଙ୍କ ପର୍ଯ୍ୟଟନ ପୀଠର ଉନ୍ନତିକରଣ ତଥା ଭିତ୍ତିପ୍ରସ୍ତର ପ୍ରକଳ୍ପର ଶୁଭ ଶିଳାନ୍ୟାସ ଭିଡିଓ କନ୍ଫରେନ୍ସ ଜରିଆରେ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଏହି କାର୍ଯ୍ୟକ୍ରମକୁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ ।ନେମାଳ ମିନିଷ୍ଟାଡିୟମ ପରିସରରେ ଆୟୋଜିତ ଏହି ସମାରୋହରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା , କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦେଇ କହିଛନ୍ତି ସମାଜର ସମସ୍ତ ବର୍ଗର ଲୋକଙ୍କ କଲ୍ୟାଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ରହିଛି । ଏହି ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଯୋଗୁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱ ଦରବାରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ।
କଟକ ଜିଲ୍ଲାପାଳ ବିନିତ ଭରଦ୍ୱାଜ ,ଜିଲ୍ଲା ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ କମଲଜିତ ଦାସ, ବିଡିଓ ବିରଞ୍ଚି ନାରାୟଣ ବେହେରା, ତହସିଲଦାର ଅନିତା ନାୟକ, ଓବିସିସି ଅଧିକାରୀ କଲୋଳ କିଶୋର ପ୍ରଧାନ,ପ୍ରୋଜେକ୍ଟ ପରିଚାଳକ ନିଳାଦ୍ରୀ ବିହାରି ପତି ,ଜିଲାପରିଷଦ ସଭ୍ୟ ଇଂ ବିଳାସ ଭୋଇ, ସିସିବି ନିର୍ଦ୍ଧେଶକ ଅଚ୍ୟୁତାନନ୍ଦ ଦାସ ,ସହକାରୀ ନିର୍ବାହୀଯନ୍ତ୍ରୀ ନଳିନୀ କାନ୍ତ ମହାପାତ୍ର,ସମାଜସେବୀ ପ୍ରସନ୍ନ ବେଉରିଆ ,ଆଇନଜିବୀ ଶିଶିର ଦାସ ,ସହକାରୀ ନିର୍ବାହୀଯନ୍ତ୍ରୀ ଅରୁଣ ପଣ୍ଡା,ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ,କଟକ ଜିଲ୍ଲା ବିଜୁଜନତାଦଳ ସାଧାରଣ ସଂପାଦକ ନୃସିଂହ ଚରଣ ମୁଦୁଲି , ବ୍ଲକ ବିକୁଜନତା ଦଳ ମହିଳା ସଭାନେତ୍ରୀ ନନ୍ଦିନୀ ନାୟକ, ସରପଞ୍ଚ ସସ୍ମିତା ମହାନ୍ତି,ସମିତି ସଭ୍ୟ ବିଶ୍ୱେନ୍ଧୁ ମହାରଣା ,ନେମାଳ ପଞ୍ଚାୟତ ବିଜେଡି ସଭାପତି ବିମଳ କୁମାର ଦାସ ,ଉପସଭାପତି ଅମୀୟ ପ୍ରସାଦ ମହାନ୍ତି, ଯୁବ ନେତା ସୁବାସ ପାତ୍ର,ଯୁବ ବିଜେଡି ସଭାପତି ଭୈରବ କାସ୍ତ ,ସଂପାଦକ ହିଂମାଶୁ ଶେଖର ଦାସଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ । ସୁଚନାଯୋଗ୍ୟ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କ ଗାଦୀ ଓ ପୀଠର ଉନ୍ନତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆର୍ଥକ ଅନୁଦାନ ରାଶି ୨୪ କୋଟି ୯୭ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
ଉକ୍ତ ଅର୍ଥରେ ପ୍ରଥମ ପର୍ଯ୍ୟାୟରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମୁଖ୍ୟ ମନ୍ଦିର ନର୍ମାଣ, ଗୋପିନାଥ ଜୀୟୁଙ୍କ ନୁତନ ମନ୍ଦିର ନିର୍ମାଣ , ରୋଷ ଓ ପ୍ରସାଦ ଗୃହ ନିର୍ମାଣ,ଆନନ୍ଦ ବଜାର,ଶ୍ରଧାଳୁ ମାନଙ୍କ ନିମନ୍ତେ ଭକ୍ତ ନିବାସ,ଟ୍ରଷ୍ଟ କାର୍ଯ୍ୟାଳୟ,ଶୈାଚାଳୟ ଓ ଭଣ୍ଡାର ଗୃହ ସହିତ ଶୈାନ୍ଦର୍ଯ୍ୟକରଣ ଆଦି କରାଯିବ । ତେବେ ମାଳିକା ବର୍ଣ୍ଣିତ ଐତିହାସିକ ପୀଠ ର ଉନ୍ନତି ଦିଗରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅ୍ମକ୍ଷ ଭିକେ. ପାଣ୍ଡିଆନ୍ ଏବଂ କଟକ ସଦର ମାନ୍ୟବର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ଯଥେଷ୍ଟ ଉଦ୍ୟମ ଓ ସହଯୋଗ କରିଥିବାରୁ ଏନେଇ ଲକ୍ଷ ଲକ୍ଷ ଭକ୍ତ ସମୁହ ଭାବେ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ଜଣାଇଛନ୍ତି ।