ଭୁୁବନେଶ୍ୱର,୧୭ା୦୩(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆରେ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ୨୧ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସପ୍ତଦିନାତ୍ମକ ଉକ୍ତ କାର୍ଯ୍ୟକ୍ରମର ଉଦ୍ଯାପନି ଉତ୍ସବରେ କରମଳା ଶାନ୍ତିଧାମର ପୂଜ୍ୟ ସାଧୁ ବାବାଜୀ ନୀଳମଣି ଦାସ ପୌରହିତ୍ୟରେ ଆୟୋଜିତ ଧର୍ମସଭାରେ ମୁଖ୍ୟ ଅତିଥି ଭାବେ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୁଷ୍ଣ ସରଣାନନ୍ଦ ସରସ୍ୱତୀ,ବ୍ରହ୍ମ ଚାରି ଆନନ୍ଦ ଚୈତନ୍ୟ , ସଭାପତି ଗଗନ ବିହାରୀ ସହୂ ,ସମ୍ପାଦକ ଶରତ ଚନ୍ଦ୍ର ପୃଷ୍ଟି ,ପାରାୟଣ ଆଶ୍ଚର୍ଯ୍ୟ ଭାବେ ପଣ୍ଡିତ ପ୍ରଫୁଲ କଣ୍ଠ ଯୋଗଦେଇଥିଲେ । ସପ୍ତଦିନ ବ୍ୟାପି ଆୟୋଜିତ ମହାସମାରୋହର ପ୍ରାରମ୍ବରେ କଳସଯାତ୍ରା, ହୋମଯଜ୍ଞାଦି ପରେ ଶ୍ରୀମଦ୍ ଭାଗବତ ପାରାୟଣ ଶୁଭାରମ୍ଭ କରଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମଦ୍ ଭାଗବତ ପାରାୟଣ, ଭଜନ, ପ୍ରବଚନ ଓ ଶ୍ରୀ ନାମଯଜ୍ଞ ଆଶ୍ରମ ପରିସରରେ ଆୟୋଜନ କରାଯାଇଥିଲା । ତେବେ ଶ୍ରୀନାମଯଜ୍ଞ ଓ ଭାଗବତ ପାରାୟଣର ପୂର୍ଣାହୂତି ବିଶ୍ୱକଲ୍ୟାଣକାରୀ ଏହି ଅମୂଲ୍ୟ ସତ୍ସଙ୍ଗରେ ହଜାର ହଜାର ସାଧୁସନ୍ଥ ଯୋଗଦେଇ ଠାକୁରଙ୍କ ସାନିଧ୍ୟ ଲାଭ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ବାନ୍ଧକଟିଆ ଭକ୍ତ ଗୋଷ୍ଟିର ଭାସ୍କର ଚନ୍ଦ୍ର ଖୁଣ୍ଟିଆ,ନିରଞ୍ଜନ ସହୁ,ରବୀନ୍ଦ୍ର ସାହୁ,ରତ୍ନାକର ପତ୍ର ,ହରିହର ଲେଙ୍କା ଦିଲୀପ ସ୍ୱାଇଁ ,ପ୍ରଦୀପ୍ତ ବରାଳ ,ରବୀନ୍ଦ୍ର ମଲ୍ଲ ,ଅଭିରାମ ବରାଳ ପ୍ରମୁଖ ପରିଚାଳନା କରିଥିଲେ ।