ଭୁୁବନେଶ୍ୱର,୨୦।୩(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ଭୁବନେଶ୍ବର ଝାରପଡା ଜେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ରେଡ୍ କରାଯାଇଛି। ନିଜେ ଡିସିପି ଉପସ୍ଥିତ ରହିଛନ୍ତି ଏବଂ ତା ସହିତ ବିଭିନ୍ନ ଥାନାର ଆଇଆଇସି ଏବଂ ଜୋନାଲ ଏସିପି ଜେଲ ଭିତରକୁ ଯାଇ ଯାଞ୍ଚ କରିଛନ୍ତି। ପ୍ରତ୍ୟେକ ସେଲ ଯାଞ୍ଚ କରାଯାଇଛି। ଏହି ରେଡ୍ କରିବା ପରେ ଡିସିପି କହିଛନ୍ତି ଜେଲରୁ ବିଶେଷ କିଛି ଆପତ୍ତିଜନକ ସାମଗ୍ରୀ ମିଳିନାହିଁ। କମନ ଏରିଆରୁ କିଛି ଗଞ୍ଜେଇ , ବିଡି , ସିଗାରେଟ୍ ଓ ଲାଇଟର୍ ମିଳିଛି। କେମିତି ଏପରି ସାମଗ୍ରୀ ଜେଲ ଭିତରକୁ ନଆସିବ , ସେ୍ଥିପାଇଁ ଜେଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଜେଲର ସୁରକ୍ଷା ଏବଂ ଆଗାମୀ ଦିନରେ ନିର୍ବାଚନ ଆସୁଥିବାରୁ ଏପରି ରେଡ୍ କରାଯାଇଥିବା କହିଛନ୍ତି ଡିସିପି। ତେବେ ଗତକାଲି ଝାରପଡା ଭିତରେ ଗ୍ୟାଙ୍ଗୱାରର ଖବର ଆସିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ଆକ୍ରମଣରେ ୪ରୁ ଅଧିକ କଏଦୀ ଗୁରୁତର ହୋଇଥିଲେ । ସେମାନଙ୍କୁ ଜେଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତ କିଛି ମାସ ହେବ ଜେଲରେ ମାରପିଟି ବଢିଥିବାବେଳେ ନିଶା କାରବାରକୁ ନେଇ ଏଭଳି ଗଣ୍ଡଗୋଳ ହେଉଥିବା କୁହାଯାଉଛି ।