January 15, 2025

ଭୁୁବନେଶ୍ୱର,୨୧ା୪ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ନେମାଳ ଥାନା ଅନ୍ତର୍ଗତ ନଗସପୁର ପଞ୍ଚାୟତ ସଭାଗୃହରେ ବିଶିଷ୍ଟ ନାଟ୍ୟକାର ,ସାମ୍ବାଦିକ ,ସାହିତ୍ୟିକ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଯଦୁମଣି କାନୁନ୍ ଗୋଙ୍କ ୧୦୮ ତମ ଜୟନ୍ତୀ ଉତ୍ସବ ନିଜ ଜନ୍ମସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଲୋକନାଥ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶତତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ସ୍ୱର୍ଗତ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରାଯିବା ସହିତ ସମବେତ ଜନତାଙ୍କ ଦ୍ୱାରା ବନ୍ଦେଉତ୍କଳ ଜନନୀ ଗାନ କରାଯାଇ ସମବେତ ଜନତା କୃତଜ୍ଞତା ପୂର୍ଣ୍ଣ ଭକ୍ତି ଅର୍ଘ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାନ୍ତି ସ୍ୱର୍ଗତ ମହାନ୍ତିଙ୍କ ଅମର କୃତିର ସ୍ମୃତି ଚାରଣ କରିଥିଲେ ତାଙ୍କର ଅବିସ୍ମରଣୀୟ ବ୍ୟକ୍ତିତ୍ୱ ଓ ଅମର କୃତି ଆମ ମାନଙ୍କର ପରିଚୟ ପରିବର୍ତ୍ତନ କରିଦେଇଥିବା ପ୍ରକାଶ କରି ପଟୋଚିତ୍ର ନିକଟରେ ଭକ୍ତିପୂତ ପ୍ରଣାମ ଜଣାଇ ଭାରତୀୟ ସ୍ୱଧିନତା ସଂଗ୍ରାମି , ବିଶିଷ୍ଟ ନାଟ୍ୟକାର ରାଜ୍ୟ ଓ ଆମ ଅଞ୍ଚଳ ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ଅମ,ରେନ୍ଦ୍ର ନାରାୟଣ ଦାସ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସମାଜସେବୀ କାହ୍ନୁ ଚରଣ ଦାସ ,ସମ୍ମାନିତ ଅତିଥି ଭାବେ ସରପଞ୍ଚଙ୍କ ପ୍ରତିନିଧି ବିଜ୍ଞାନ ଚନ୍ଦ୍ର ମଲିକ,ଶିକ୍ଷାବିତ ନିଳମଣୀ ଦାସ ,ଆଇନଜିବୀ ନାରାୟଣ ଦ୍ୱିବେଦି ପ୍ରମୁଖ ଯୋଗଦେଇ ଓଡ଼ିଆ ନାଟ୍ୟଜଗତର ଜଣେ ସୁପ୍ରତିଷ୍ଠିତ ନାଟ୍ୟକାର ଭାବେ ଶ୍ରୀ ଯଦୁମଣି କାନୁନ୍ ଗୋ ପରିଚିତ, ଏକାଧାରରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି, ନାଟ୍ୟକାର, ଅଭିନେତା ଓ ସାମ୍ବାଦିକ । ଓଡ଼ିଶାର ଗଣନାଟ୍ୟ ପାଇଁ ତାଙ୍କ ଦ୍ୱାରା ରଚିତ ଅନେକ ନାଟକ ମଧ୍‌ଯରୁ ‘ବର୍ଗୀ ଉତ୍କଳ’, ‘ଅଶୋକ ଚକ୍ର’, ‘ଶକୁନିର ଚକ୍ରାନ୍ତ ଶ୍ରୀକୃଷ୍ଣଙ୍କ ହସ’, ‘ଚୋରାବାଲି’, ‘ମା ମାଟି ମମତା”, ‘ପତିତପାବନ’ ଓ ‘କାଳ ନାଗୁଣୀ’ ଆଦି ନଗସପୁର ‘ସାରଦା କଳାକୁଞ୍ଜ’ର ପାଦ ପ୍ରଦୀପ ତଳେ ଭରା ପ୍ରେକ୍ଷାଳୟରେ ବହୁବାର ମଞ୍ଚସ୍ଥ ହୋଇ ଆସିଛି । କଟକ ବେତାର କେନ୍ଦ୍ର ସୌଜନ୍ୟରୁ ‘ବେକାର’, ‘ବନଫୁଲ’, ‘ଶାସ୍ତି’ ଓ ‘କାଳିଆ’ ଆଦି ନାଟକ ବହୁବାର ପ୍ରଚାରିତ ହେବା ସହିତ ଦୂରଦର୍ଶନ ସୌଜନ୍ୟରୁ ନାଟକ ‘ଶୂନ୍ୟସ୍ଥାନ’ ପରିବେଷିତ ହୋଇ ଉଚ୍ଚ ପ୍ରଶଂସିତ ହେବା ସହିତ ‘ଶାସ୍ତ୍ର’ ଓ ‘ଲଳିତା’ ନାଟ୍ୟକାରଙ୍କ ଦୁଇଟି ସଫଳ ଓଡ଼ିଆ କଥାଚ୍ଚିତ୍ର , କବିଚନ୍ଦ୍ରଙ୍କ ଓଡ଼ିଶା ଥିଏଟରସର ‘ରକ୍ତମାଟି, ‘ଭାତ’ ନାଟକ ଠାରୁ ଓଡ଼ିଶାର ଅନେକ ଗଣନାଟ୍ୟ ମଞ୍ଚରେ ସେ ସଫଳତାର ସହ ଅଭିନୟ କରି ଆସବା ସହିତ ୧୯୪୬ରେ ପ୍ରକାଶିତ ତାଙ୍କ କବିତା ସଂକଳନ ‘ଜୟଶଂଖ’ ଓ ‘ମହାମାନବ ଚମ୍ପୁ’ ତାଙ୍କ ସାରସ୍ୱତ ସାଧନାର ବାଣୀଭାଷ୍ୟ ବୋଲି ଉଦ୍ ବୋଧନ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଷେତ୍ରରେ ଉଲେଖନିୟ ଅବଦାନ ପାଇଁ ନିଳମଣୀ ଦାସ,ଗନ୍ଧର୍ବ ଦଳାଇ,ପ୍ରିୟରଞ୍ଜନ ଖୁଣ୍ଟିଆ,ସୁବାଷ ଚନ୍ଦ୍ର ଦାସ,ବଳରାମ ବେହେରା ,ରାଜନ ସାହୁ ପ୍ରମୁଖଙ୍କୁ ଉପଢୈାକନ ଓ ପୁଷ୍ଠଗୁଛ ପ୍ରଦାନ ପୂର୍ବକ ସମ୍ବଦ୍ଧିତ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଯଦୁମଣୀ ମହାନ୍ତି ,ପୁର୍ଣ୍ଣଚନ୍ଦ୍ର କାନୁନ ଗୋ,ରମାକାନ୍ତ ମହାନ୍ତି,ନକୁଳି ଚରଣ ସାହୁ,ସେକ୍ ଜିଲାନି ମହମ୍ମଦ ,ସୁଧେô ଭୁୟାଁ ,ରମେଶ ମହାନ୍ତି,ସେକ୍ ଜଲାଲ୍ ,ତନ୍ମୟ କିଶୋର ଦାସ ,ବିଭୁତି ଦାସ,ବଟକୃଷ୍ଣ ବେହେରା,ସେକ୍ ୟୁସୁଫ ,ସେକ୍ ମୁସଲିମ,ସୁଧାକର ସ୍ୱାଇଁ ,ନଟବର ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *