November 1, 2024

ପୃଥିବୀ ଭଳି ଏକ ଅନନ୍ୟ ସୁନ୍ଦର ସବୁଜ ଗ୍ରହରେ ମଣିଷ ଈଶ୍ୱରଙ୍କ ଶ୍ରେଷ୍ଠତମ ସୃଷ୍ଟି । ସବୁ ପ୍ରାଣୀମାନଙ୍କଠାରୁ ମନୁଷ୍ୟ ପରିବେଶର ବିସ୍ତାର ଓ ବ୍ୟାପକତା ନିଶ୍ଚୟ ନିଆରା । ଜନ ଜୀବନ ତଥା କାର୍ଯ୍ୟକଳାପୁ ପ୍ରଭାବିତ କରୁଥିବା ମାଟି, ପାଣି, ପବନରେ ପରିପୁଷ୍ଟ ପରିବେଶର ଅବକ୍ଷୟ ଓ ତଜ୍ଜନୀତ ବିଭିନ୍ନ ସମସ୍ୟା ଏକାନ୍ତ ଉଦ୍‌ବେଗର କାରଣ ହୋଇପଡିଛି । ମଣିଷର ପରିବେଶ ଉଭୟ ଆଙ୍ଗିକ ଓ ଆତ୍ମିକ ଭାବେ ପ୍ରାକୃତିକ ଓ ଅପ୍ରାକୃତିକ କାରକମାନଙ୍କ ଏକ ଅଦ୍ଭୁତ ପୂର୍ବ ସମନ୍ୱୟ । ପରିବେଶ ସନ୍ତୁଳନ ଆଜିର ମୁଖ୍ୟ ଆବଶ୍ୟକତାକୁ ସବୁଜ ପୃଥିବୀରେ ପରିଣତ କରିବା ନିମତ୍ତ ବୃକ୍ଷରୋପଣ ଭଳି ମହନୀୟ କାର୍ଯ୍ୟ ଏକାନ୍ତ ଆବଶ୍ୟକ ବୋଲି ଶାସ୍ ସ୍ୱେଛାସେବୀ ଅନୁଷ୍ଠାନରେ ଆୟୋଜିତ ପରିବେଷ ସଂପର୍କିତ ଆଲୋଚନା ଚକ୍ର ଓ ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବହୁ ଅତିଥି ମାନେ ମତ ପ୍ରକାଶ କରିଛନ୍ତି ।

ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଶାସ୍ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟାପକ ବିନୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ତଥା ସାର୍ଫ ଅନୁଷ୍ଠାନର ସଭାପତି କ୍ଷିରୋଦ କୁମାର ସଡଙ୍ଗୀ ଯୋଗଦେଇଥିବା ବେଳେ ଅତିଥି ଭାବେ ଯୁବକ୍ରାନ୍ତି ଜଗଦିଶ ଦାସ ,ଯୁବ ସଂଗଠକ ପ୍ରସନ୍ନ କୁମାର ପୁଝାରୀ,ପ୍ରଭୁଦତ୍ତ ବେହେରା,ପଙ୍କଜିନୀ ଦାସ,ନିକେଶ ଦାସ,ଶାସ୍ ଅନୁଷ୍ଠାନର ରାଜ୍ୟ ଉପସଭାପତି ବିବେକାନନ୍ଦ ସାମନ୍ତ ପ୍ରମୁଖ ଯୋଗଦେଇ ବାସ୍ତବ ପରିବେଶିୟ ସମସ୍ୟାପ୍ରତି ଅନୁ୍ମାନ ପୂର୍ବକ ପରିବେଶ ସଚେତନତାରେ ପ୍ରତ୍ୟେକ ଭାଗିଦାର ହେବାକୁ ପରାମର୍ଶ ଦେଇଥିଲେ ।

ଏହିଅବସରରେ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦାସ ଜନବାୟୁ ପରିବର୍ତ୍ତନ, ତାପମାନ ବୃଦ୍ଧି, ଜୈବ ବିବିଧତା, ସଂରକ୍ଷଣ, ପ୍ରାକୃତିକ ଦୁର୍ବିପାକ, ମନୁଷ୍ୟକୃତ ପ୍ରଦୂଷଣ ହ୍ରାସ, ପ୍ରାକୃତିକ ସଂପଦର ରକ୍ଷଣା ବେକ୍ଷଣ, ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ, ଜଳ ସଂରକ୍ଷଣ ଓ ସମୁଚିତ ବଣ୍ଟନ ସହ ସୌରଶକ୍ତି, ପବନ ଶକ୍ତି, ଜୈବ ବସ୍ତୁଜାତ ଶକ୍ତି ଆଦି ଅକ୍ଷୟ ଶକ୍ତିର ବ୍ୟବହାର କରି ପରିବେଶର ସୁସ୍ଥତାରେ ବୃକ୍ଷରୋପଣଙ୍କୁ ପ୍ରାଧାନ୍ୟ ଦେବାକୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷ ପୂଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମିହା ଖାନ୍‌,ସିରିନ୍ ସୁଲତାନ,ଆଫ୍ରିନ୍ ପରୱିନ୍ ,ବିନ୍ଦୁସ୍ମିତା ନାୟକ,ସୋନାଲି ପାତ୍ର,ଆଇସା ବେଗମ୍‌,ସାମସୁନ୍ ଖାନମ୍‌,ମମ୍‌ତାଜ୍ ବେଗମ୍ ,ସୁଚିସ୍ମିତା ସାହୁ,ରଚନା ପ୍ରଧାନ,ସନ୍ତୋଷିନୀ ବାରିକ,ଚନ୍ଦନା ଘୋଷ,ଅଳକା ନାଥ, ପୁଜାରିନୀ ଦାସ,ଶସ୍ମିତା ମଲିକ,ମିରଜା ଇସଲାମ୍ ବେଗ୍‌,ବିକାଶ କୁମାର ସେଠି,ସେକ୍ କାସିଫ୍ ଅହମଦ୍‌,ସମ୍ବିତ ବେଉରା, କମଳାକାନ୍ତ ସାହୁ,ସତ୍ୟମ ନାୟକ,ମିର୍ଜା ସେହେବାଜ୍ ବେଗ୍ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟ/ସଭ୍ୟା , ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ । ଶେଷରେ ସମବେତ ବନ୍ଦେ ମାତରମ୍ ଗାନ ସହ ସୈାମ୍ୟଦିପ୍ ଦେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *