ଭୁୁବନେଶ୍ୱର,୧୪ା୫ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ନେମାଳ ଥାନା ଅନ୍ତର୍ଗତ ଝାଡେଶ୍ୱରପୁର ପଞ୍ଚାୟତର ସମାଜସେବୀ ଗୋଲାମ ଜିଲାନି ଖାଁନ୍ ମାହାଙ୍ଗା ବିଧାନସଭା ଆସନରୁ ବହୁଜନ ସମାଜ ପାର୍ଟି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । । ଶ୍ରୀଯୁକ୍ତ ଖାଁନ ପୁର୍ବରୁ କଂଗ୍ରେସ ଦଳରେ ଦିର୍ଘ ବର୍ଷ ସକ୍ରିୟ ଅଂଶଗ୍ରହଣ କରି ସରପଞ୍ଚ ,ଜିଲ୍ଲାପରିଷଦ ସଭ୍ୟରେ ନିର୍ବାଚନ ଲଢିଥିଲେ । ଶ୍ରୀଯୁକ୍ତ ଖାଁନ ଜଣେ ରାଜନୈତିକ ସମୀକ୍ଷକ ଓ ସମାଜ ସଂସ୍କାରକ ରୂପେ ପରିଚିତ । ଶ୍ରୀଯୁକ୍ତ ଖାଁନ୍ଙ୍କୁ ବହୁଜନ ସମାଜ ପାର୍ଟି ତରଫରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାର୍ଥୀରୂପେ ନିର୍ବାଚନ ଲଢୁଥିବାରୁ ଉକ୍ତ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ।