
ନୂଆଦିଲ୍ଲୀ,୧୨।୭(ଭୟେସ ଅଫ୍ ଇଣ୍ଡିଆ) :- ଥରେ ଦୁଇଥର ନୁହେଁ ୭ଥର କାମୁଡିଲାଣି ସାପ। ଯେକୌଣସି ସାପ ଯେତେ ବିଷଧର ହେଉ ନା କାହିଁକି ଜଣେ ବ୍ୟକ୍ତିଙ୍କୁ ଥରେ କି ୨ଥର କାମୁଡିଦେଲେ ଜୀବନ ଚାଲିଯାଏ। ହେଲେ ଏହି ଯୁବକଙ୍କୁ ୪୦ ଦିନ ଭିତରେ ୭ଥର କାମୁଡିଲାଣି ସାପ। ଏପଟେ ଯୁବକଙ୍କୁ ସ୍ବପାଦେଶ କରିଛନ୍ତି ସାପ। ଆଉ ୨ଥର ହେଲେ ରକ୍ଷା ନାହିଁ। ୯ଥରରେ ମୃତ୍ୟୁ ସୁନିଶ୍ଚିତ।
ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଫତେପୁରରେ। ୨୪ ବର୍ଷୀୟ ଯୁବକ ବିକାଶ ଦୁବେଙ୍କ ପଛରେ ପଡ଼ିଛି ସାପ । ୪୦ ଦିନରେ ୭ଥର ସାପ କାମୁଡ଼ିଲାଣି । ଯେଉଁଠିକୁ ଗଲେ ପିଛା ଛାଡୁନି ସାପ । ଡାକ୍ତରଖାନାରୁ ଚିକିତ୍ସା ହୋଇ ଫେରିବା ପରେ ସାପ ପୁଣି କାମୁଡୁଛି ।
ବିକାଶଙ୍କ ସହ ପୁରା ପରିବାର ଏବେ ଭୟ ଓ ଆତଙ୍କରେ ଅଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବି ଚକିତ ହୋଇଯାଇଛନ୍ତି । ଗତ ୪୦ ଦିନ ଭିତରେ ବିକାଶଙ୍କୁ ସାପ ଗୋଡାଇ ଗୋଡାଇ ୭ଥର କାମୁଡିଲାଣି। ବିକାଶଙ୍କୁ ୬ଥର ସାପ କାମୁଡିବା ପରେ ସେ ଠିକ୍ ତ ହୋଇ ଯାଇଥିଲେ ହେଲେ ୭ଥର ବେଳକୁ ତାଙ୍କ ଅବସ୍ଥା ଗମ୍ଭୀର ହୋଇ ଯାଇଛି। ସେ ଏବେ ଆଇସିୟୁରେ ଭର୍ତ୍ତି ଅଛନ୍ତି। ଏହି ଘଟଣା ପରେ ଶୁଣିବାକୁ ମିଳିଛି ଯେ, ଯେତେବେଳେ ବିକାଶଙ୍କୁ ସାପ ୩ୟ ଥର କାମୁଡିଥିଲା ସେତେବେଳେ ତାଙ୍କୁ ଏକ ସ୍ବପ୍ନ ଆସିଥିଲା। ଯେଉଁଥିରେ ସେ ୯ଥର ସାପ କାମୁଡାର ଶିକାର ହେବେ ବୋଲି ଜଣାପଡିଥିଲା। ଆଉ ଏହି କଥା ଖୋଦ୍ ସାପ ହିଁ ସ୍ବପ୍ନାଦେଶ କରିଥିଲେ।
ସାପ ଆହୁରି କହିଛନ୍ତି, ୮ଥର ବେଳକୁ ତ ବଞ୍ଚି ଯାଇଥିବୁ। ହେଲେ ୯ଥରବେଳକୁ ଦୁନିଆର କୌଣସି ଶକ୍ତି, ତାନ୍ତ୍ରିକ କିମ୍ବା ଡାକ୍ତର ତୋତେ ବଞ୍ଚାଇ ପାରିବେ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯୁବକଙ୍କୁ ସାପ ସବୁବେଳେ ଶନିବାର କିମ୍ବା ରବିବାର ହିଁ ଆକ୍ରମଣ କରୁଛି।
ସାପ କାମଡାରୁ ବଞ୍ଚିବା ପାଇଁ ବିକାଶଙ୍କୁ ସମ୍ପର୍କୀୟଙ୍କ ଘରେ ଲୁଚିବାକୁ ପଡୁଛି। ଏହାପରେ ବି ସାପ ତାଙ୍କର ପିଛା ଛାଡୁନି। ଏବଂ ତାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରୁଛି। ଯୁବକଙ୍କ ଏପରି ଅବସ୍ଥା ଦେଖି ପୁରା ପରିବାର ରାଜ୍ୟ ସରକାରଙ୍କୁ ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ତେବେ କାହିଁକି ବାରମ୍ବାର ଏଭଳି ଘଟଣା ଘଟୁଛି ଯାଞ୍ଚ କମିଟି ଗଠନ କରିଛନ୍ତି ଯୋଗୀ ସରକାର।
ପରିବାର ସଦସ୍ୟ କହିଛନ୍ତି, ବିକାଶ ସ୍ବପ୍ନରେ ୯ଥର ସାପ କାମୁଡାର ଶିକାର ହେବେ। ଆଉ ସେହି ୯ ଥର ବେଳକୁ ସେ ବଞ୍ଚିବେ ନାହିଁ। ଏପରି ପରିସ୍ଥିତିରେ, ଆମେ ଭୟ କରୁଛୁ ଯେ ଏହା ସତ ହୋଇପାରେ। ତେବେ ଏହି ୭ଥରର ସାପ କାମୁଡାରେ ବିକାଶଙ୍କ ଚେତା ଫେରିନି। ସେ ଗୁରୁତର ଭାବେ ଅସୁସ୍ଥ ଅଛନ୍ତି। ଡାକ୍ତର କହିଛନ୍ତି ଯଦି ବିକାଶଙ୍କର ଚେତା ୧୨ରୁ ୧୪ଘଣ୍ଟା ମଧ୍ୟରେ ନ ଫେରେ, ତେବେ ବିପଦ ହୋଇପାରେ।