ଭୁବନେଶ୍ୱର,୨୧ା୦୭(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ଆମ ଅନ୍ତରରୁ ଅଜ୍ଞାନ ଅନ୍ଧକାର ଦୂର କରି, ଅବାସ୍ତବତାରୁ ପରମ ବାସ୍ତବତାକୁ ଗ୍ରହଣ କରି ଜନ୍ମମୃତ୍ୟୁର ଚକ୍ରରୁ ପୁନର୍ଜନ୍ମ ନଥିବା ସ୍ଥାନକୁ ନେବାରେ ଗୁରୁଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ । ସେହି ଗୁରୁରୂପୀ ମହାପୁରୁଷମାନେ ଜଗତହୀତ ସାଧନ ଓ ମାନବ ସମାଜକୁ ଜ୍ଞାନଲୋକ ପ୍ରଦାନ କରି ‘ସର୍ବଜନ ହିତାୟ’ ମନ୍ତ୍ରରେ ତ୍ୟାଗ-ସମର୍ପଣର ଯେଉଁ ପଥ ଦର୍ଶାଇଛନ୍ତି ସେଥିରେ ଆମ୍ଭେମାନେ ଅନୁପ୍ରେରିତ ହେଲେ ଯଥାର୍ଥରେ ଗୁରୁପୂଜା ଓ ଭକ୍ତିର ସାର୍ଥକତା ପ୍ରତିପାଦିତ ହୋଇପାରିବ ବୋଲି ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ ଅବସରରେ ବକ୍ତାମାନେ ମତପ୍ରକାଶ କରିଛନ୍ତି । ଖଣ୍ଡସାହିସ୍ଥ ବାସୁଦେବ ଆଶ୍ରମ ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ନିଶ୍ଚିନ୍ତକୋଇଲି ଶାଖା ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବକୁ ମଠାଧୀଶ ସ୍ୱାମୀଗୁରୁପାଦ ବ୍ରହ୍ମ ଅବଧୂତ ଶ୍ରୀ ସୁକାନ୍ତ ଦାସଜୀ ମହାରାଜ ଉଦ୍ଘାଟନ କରି ସନାତନ ଧର୍ମର ବିବିଧ ପୌରାଣିକ ତଥ୍ୟ ଅବଧାରଣା ପୂର୍ବକ ଗୁରୁଙ୍କ ମାଧ୍ୟମରେ ଜୀବନର ଆଧ୍ୟାତ୍ମିକ ଉନ୍ନତି ହୋଇ କିପରି ସାର୍ଥକତା ମିଳିପାରିବ ତାହା ଦର୍ଶାଇଥିଲେ । ପରିଷଦର ସମ୍ପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି, ବିଶିଷ୍ଟ ଶିକ୍ଷାବିତ୍ ତଥା ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗିରିଜା ଶଙ୍କର ରଥ, ବିଶିଷ୍ଟ ଅତିଥି ସାଇଯମୁନାର ପ୍ରକାଶକ ଚନ୍ଦ୍ରମଣୀ ଭୂୟାଁ, ମୁଖ୍ୟବକ୍ତା ଦ୍ୱିତୀୟଭଞ୍ଜ ସାହିତ୍ୟ ସଂସ୍କୃତି ସଂସଦର ସମ୍ପାଦକ ଗୌତମ ଚରଣ ଜେନା, ସମ୍ମାନୀତ ଅତିଥି ସାମ୍ବାଦିକ ବିନୟ କୁମାର ଦାସ, ସ୍ୱପ୍ନେଶ୍ୱର ସାହିତ୍ୟ ସଂସଦର ସଂପାଦକ ଫକୀର ଚରଣ ନାୟକ, ବାବାଚିନ୍ତାମଣୀ ମହାରାଜ, ସ୍ତମ୍ଭକାର ବିବେକାନନ୍ଦ ଦାସ, ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ କୁମାର ସାହୁ, ସୁଭଦ୍ରା ମହତାବ ମହାବିଦ୍ୟାଳୟ ଅଧ୍ୟାପକ ସୁଧୀର କୁମାର ଦାସ, ସାମ୍ବାଦିକ ସପ୍ତଜ୍ୟୋତି ରାଉଳ, ପ୍ରକୃତିବନ୍ଧୁ ନିରଞ୍ଜନ ସାହୁ, ଆକାଶବାଣୀ ସମ୍ବଲପୁରର କଣ୍ଠଶିଳ୍ପୀ ସୁଧୀର କୁମାର କର, ସାମ୍ବାଦିକ ପ୍ରଫୁଲ୍ଲ କୁମାର ମହାପାତ୍ର, ସମାଜସେବୀ ରାମଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ବ୍ୟାସଦେବଙ୍କ ଜୀବନାଦର୍ଶ ସହ ଗୁରୁପୂର୍ଣ୍ଣିମା ଦିବସର ତାତ୍ପର୍ଯ୍ୟ ସଂପର୍କରେ ଅବତାରଣା କରି ଗୁରୁମାନଙ୍କର ପୂଜାଦ୍ୱାରା ଆମ ସଂସ୍କୃତିର ମହନୀୟତା ପ୍ରମାଣିତ ହେବ ବୋଲି ମତ ରଖିଥିଲେ ।
ପ୍ରାରମ୍ଭରେ ବ୍ୟାସଦେବଙ୍କ ପୂଜାର୍ଚ୍ଚନା, କଳସ ପୂଜନ, ଗୁରୁବନ୍ଦନା କାର୍ଯ୍ୟକ୍ରମ କରାଯିବା ସହ ଆଶ୍ରମ ପରିସରରେ ଅତିଥିମାନଙ୍କ ଦ୍ୱାରା ଅଁଳା, ବଉଳ, ଆମ୍ବ, ପିଜୁଳି, ନଡିଆ ଆଦି ବୃକ୍ଷରୋପଣ କରାଯାଇଥିଲା । ଗୁରୁପୂର୍ଣ୍ଣିମା ଅବସରରେ ଆଶ୍ରମର ପିଠାଧିଶ ବାବା ସୁକାନ୍ତ ଦାସଜୀ ମହାରାଜଙ୍କ ପ୍ରବର୍ତ୍ତନାକ୍ରମେ ନିରଞ୍ଜନ ସାହୁ, କୈଳାସ ମଳିକ, ପ୍ରଣତୀ ମଳିକ, ବଙ୍ଗାଳୀ ମଳିକ, ବିଦ୍ୟୁଲତା ମଳିକ, ସିଦାର୍ଥ ରାଉତ ଓ ରବିନ୍ଦ୍ରନାଥ ଦାସ ନବ ଦିକ୍ଷାର୍ଥୀ ଭାବେ ଅଭିମନ୍ତ୍ରିତ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମହିମା ସାଗର ଦାସ, ଶ୍ରୀକାନ୍ତ ଦାସ, ଉର୍ବଶୀ ନାଥ, ରଶ୍ମିତା ସାହୁ, ନିର୍ମଳା ମହାପାତ୍ର, ଜେମା ପଣ୍ଡା, ଅପର୍ଣ୍ଣା ସାହୁ, ତିଳୋତ୍ତମା ବାରିକ, ପ୍ରମିଳା ସାହୁ, ସନ୍ତୋଷ ନାୟକ, ଅଜୟ ସାମଲ ପ୍ରମୁଖ ସହଯୋଗ କରିଥିଲେ । ଉତ୍ସବରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ମହିଳା ଓ ସ୍ଥାନୀୟ ଜନସାଧାରଣ ଯୋଗଦାନ କରିଥିଲେ । ଶେଷରେ ପ୍ରଭାବତୀ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।