ନେମାଳ,୧୪ା୮(ଭୟେସ ଅଫ୍ ଇଣ୍ଡିଆ/ପ୍ରଶାନ୍ତ ସିଂହ ) :- – ନିଶ୍ଚିନ୍ତକୋଇଲି ବ୍ଲକ ତଥା ନେମାଳ ଥାନା ଅନ୍ତର୍ଗତ ନେମାଳ ଚିତ୍ରୋତ୍ପଳା ବ୍ରିଜ୍ ଉପରୁ ପୁଅକୁ ଧରି ନଈକୁ ଡେଇଁପଡ଼ିଲେ ମା’। ତେବେ ନାବାଳକ ପୁଅଙ୍କ ଜୀବନ ଚାଲି ଯାଇଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ମା’ଙ୍କ ପତ୍ତା ମିଳିନାହିଁ।ଖବର ନେବାରୁ ଜଣାପଡିଛି ନେମାଳ ପଞ୍ଚାୟତ ମାଲିଗାଁ ଅଞ୍ଚଳର ସୁହାନା ପରମିନ (୨୭) ନାମକ ଜଣେ ମହିଳା ନାବାଳକ ପୁଅଙ୍କୁ ଧରି ଚିତ୍ରୋତ୍ପଳା ନଈକୁ ଡେଇଁ ପଡ଼ିଥିଲେ।
ପ୍ରଥମେ ପୁଅକୁ ନଦୀକୁ ଫିଙ୍ଗିବା ପରେ ସେ ନିଜେ ନଦୀକୁ ଡେଇଁ ପଡ଼ିଥିବା ନାବାଳିକା ଝିଅ କହିଛନ୍ତି। ମୃତ ନାବାଳକଙ୍କ ନାଁ ସେକ ତାୟର ଉଦ୍ଦିନ(୧୦)। ହେଲେ କେଉଁ ପରିସ୍ଥିତିରେ ଉଭୟ ମା ଓ ଶିଶୁ ପୁତ୍ର ନଦୀରେ ଡ଼େଇ ପାଣିରେ ବୁଡିଗଲେ ତାହା ଜଣାପଡି ନଥିବା ବେଳେ ଗ୍ରୁପ୍ ଲୋନ କରିବା ହେତୁ ସେ ଚିନ୍ତିତ ଥିଲେ ସେଥିପାଇଁ ଡେଇଁ ପଡ଼ିଥିବା ସମ୍ପର୍କୀୟ ସୁଚନା ଦେଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ôଚ ି ଖୋଜାଖୋଜି କରିଥିଲେ।
ଦୀର୍ଘ ସମୟ ଖୋଜାଖୋଜି ପରେ ପୋଲିସ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରିଥିଲା । ହେଲେ ମା ର ପତା ମିଳିନାହିଁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଶିଶୁ ପୁତ୍ରର ମୃତ୍ୟୁ ଓ ମହିଳାଙ୍କ ପତ୍ତା ମିଳୁନଥିବାରୁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।