February 19, 2025

ନେମାଳ,୧୪ା୮(ଭୟେସ ଅଫ୍ ଇଣ୍ଡିଆ) :-  ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠସ୍ଥଳୀରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇ ପୀଠ ସଫେଇ କରିବା ସହ ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟାର ସମୀକ୍ଷା କରିଛନ୍ତି । ପୀଠର ସାମୁହିକ ବିକାଶ, ପୀଠକୁ ଗମନା ଗମନାର ବ୍ୟବସ୍ଥା ଓ ସ୍ଥାନୀୟ ଖେଳପଡିଆ ବୁଲି ଦେଖିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି । ବିଧାୟକଙ୍କ ସହ ବରିଷ୍ଠ ବିଜେପି ସଂଗଠକ ମୀନକେତନ ମହାନ୍ତି ,ପ୍ରାକ୍ତନ ବନ୍ଧୁପୁର ସରପ ଶସିକାନ୍ତ ମହାନ୍ତି ,ନେମାଳ ପଞ୍ଚାୟତ ବିଜେପି ସଭାପତି ରବିନ୍ଦ୍ର ପୃଷ୍ଟି , ନେମାଳ ମଣ୍ଡଳ ସଭାପତି ଅକ୍ଷୟ ମହାନ୍ତି, ପୂର୍ବତନ ନେମାଳ ମଣ୍ଡଳ ସଭାପତି ରଂଞ୍ଜନ ନନ୍ଦ ,ପ୍ରାକ୍ତନ ସରପଞ୍ଚ ସେକ ମୁକ୍ତାର ଅଲୀ, ଆଇନଜୀବୀ ଅମରେନ୍ଦ୍ର ନାରାୟଣ ଦାସ, ସର୍ବେଶ୍ୱର ସ୍ୱାଇଁ, ଅଜୟ ମହାନ୍ତି, ବିଶ୍ୱନାଥ ନାୟକ, ବିଚିତ୍ରାନନ୍ଦ ଜେନା, କାର୍ତ୍ତିକ ଚନ୍ଦ୍ର ଦାସ, ଅଜିତ ମହାପାତ୍ର, ମହିଳାନେତ୍ରୀ ସୁଜାତା ନନ୍ଦ, ଚିତ୍ତରଂଜନ ଖୁଣ୍ଟିଆଙ୍କ ସମେତ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *