ଭୁବନେଶ୍ୱର ,୨୧/୦୮ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ନିଶ୍ଚିନ୍ତକୋଇଲି ବ୍ଲକର ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ରଙ୍କୁ ୭୮ତମ ସ୍ୱାଧିନତା ଦିବସ ଅବସରରେ କଟକ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରାଯାଇଛି । ନିରନ୍ତର ନିରପେକ୍ଷ ଓ ନିରବଚ୍ଛିନ୍ନ ଭାବରେ ଖବର ପରିବେଷଣ କରୁଥିବାରୁ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମାନପତ୍ର,ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଦାତାତ୍ରୟ ଭାଉ ସାହେବ ସିଦ୍ଧେ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ତେବେ ଜିଲ୍ଲାସ୍ତରରେ ସମ୍ବର୍ଦ୍ଧିତ ହେବା ପରେ ବିଭିନ୍ନ ଅନୁଷ୍ଠାନ, ସାମ୍ବାଦିକ.ଆଇନଜୀବୀ. ସାହିତ୍ୟିକ ମହଲରୁ ଶୁଭେଚ୍ଛା ଓ ଶୁଭକାମନା ଦିଆଯାଇଛି । ଶିଶୁ ମନ୍ଦିର ସଭାପତି ଦୀପାଞ୍ଜଳୀ ମିଶ୍ର, ସମ୍ପାଦକ ତପନ ଦାଶ,ତହସିଲଦାର ଅନିତା ନାୟକ,ଅତିରିକ୍ତ ତହସିଲଦାର ଅଭୟ କୁମାର ପତିହାରୀ,ବିଡିଓ ବିରଂଚି ନାରାୟଣ ବେହେରା,ପ୍ରାକ୍ତନ ନିଶ୍ଚିନ୍ତକୋଇଲି ବିଡିଓ କର୍ଣ୍ଣଦେବ ସମାଦ୍ଧାର,ବିପ୍ରଚରଣ ମହାନ୍ତି, ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀ, ପ୍ରାକ୍ତନ ଅଧ୍ୟକ୍ଷା ସବିତା ଓଝା,ଉପାଧ୍ୟକ୍ଷ ଅଶୋକ ଓଝା,ସାସ ସ୍ୱେଚ୍ଛାସେବୀ ସଙ୍ଗଠନ ସଭାପତି ବିନୟ ଦାସ, ପରିବାର ସଭାପତି ବଲ୍ଲଭ ଚରଣ ପଲେଇ,ପ୍ରାକ୍ତନ ଏବିଇଓ ଲକ୍ଷ୍ମଣ ଲେଙ୍କା, ଆଇନଜୀବୀ ମାନସ ମହାନ୍ତି, ଜିତେନ୍ଦ୍ର ମହାନ୍ତି.ପ୍ରଭାକର ସେଠୀ, ପୂର୍ବତନ ସରପଂଚ କ୍ଷୀରୋଦ କୁମାର ପଣ୍ଡା, ରମେଶ ଚନ୍ଦ୍ର ସ୍ୱାଇଁ, ଦେବେନ୍ଦ୍ର କୁମାର ସାହୁ,ସାମାଜିକ କର୍ମୀ ରଞ୍ଜନ ଦାସ,ସୁଧାଂଶୁ ଭୂୟାଁ.ରାଜେନ୍ଦ୍ର କୁମାର ଭୂୟାଁ ,ଇଂ ପତିତପାବନ ସ୍ୱାଇଁ.କ୍ଷୀରୋଦ ଦାସ,ବନ୍ଦନ ରାଉତ, କବି ଶ୍ରୀଧର ଶେଖର ମହାପାତ୍ର,ଅଧ୍ୟାପକ ପଦ୍ମଲୋଚନ ରାଉତ,ରଘୁନାଥ ଅନୁକମ୍ପା ପରିଷଦ ସଭାପତି ବଂଶୀଧର ପଣ୍ଡା, ସାମ୍ବାଦିକ ନାରାୟଣ ଓଝା, ଆଶିଷ କୁମାର ପଣ୍ଡା, ପ୍ରଫୁଲ କୁମାର ଦାଶ, ସୁରେନ୍ଦ୍ର ରାଉତ,ରଘୁନାଥ ସିଂ , ପ୍ରତାପ ଶତପଥି, ଗୋବିନ୍ଦ ଦାସ, କ୍ଷମାନିଧି ପୁଝାରୀ, ରତ୍ନାକର ବାରିକ,ପ୍ରମୋଦ କୁମାର ସ୍ୱାଇଁ ,ଲକ୍ଷ୍ମଣ ଦାସ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ସାମାଜିକ,ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଶୁଭେଛା ଜଣାଇଛନ୍ତି ।