ଡେସ୍କ୨୩।୮(ଭୟେସ ଅଫ୍ ଇଣ୍ଡିଆ) :- ରୁଷ୍-ୟୁକ୍ରେନ ଯୁଦ୍ଧ ସମୟରେ ଭାରତ ନିରପେକ୍ଷ କିମ୍ବା ଉଦାସୀନ ନଥିଲା ଏବଂ ସବୁବେଳେ ଶାନ୍ତି ସପକ୍ଷରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କିଭରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା ବେଳେ ଶ୍ରୀ ମୋଦୀ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି ଓ କହିଛନ୍ତି, କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ। ଶାନ୍ତି ପ୍ରୟାସ ଦିଗରେ ସକ୍ରିୟ ଯୋଗଦାନ ଦେବାକୁ ନୂଆଦିଲ୍ଲୀ ପ୍ରସ୍ତୁତ ବୋଲି ସେ କହିଛନ୍ତି।ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ମୋଦି ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ସାକ୍ଷାତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ୟୁକ୍ରେନ୍ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ବୋଲି ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଯେ ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କର ପୁନରୁଦ୍ଧାର ଉପରେ ବିଶେଷ ଧ୍ୟାନ ଦେବା ପାଇଁ ମୋଦୀ ଏବଂ ଜେଲେନସ୍କି ଆନ୍ତଃସରକାରୀ ଆୟୋଗକୁ ଦାୟିତ୍ୱ ଦେଇଛନ୍ତି। ଉଭୟ ନେତା ବାଣିଜ୍ୟ, ଅର୍ଥନୈତିକ ପ୍ରସଙ୍ଗ, ପ୍ରତିରକ୍ଷା, ଔଷଧ, କୃଷି ଓ ଶିକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ।