ଡେସ୍କ ,(ଭୟେସ ଅଫ୍ ଇଣ୍ଡିଆ/ପ୍ରମୋଦ କୁମାର ଦାଶ) :- ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେସ୍ୱର ବିଦ୍ୟୁତ୍ ବିଭାଗ ଅଧିନସ୍ଥ କେରିଲୋ ପଞ୍ଚାୟତ ହାଣ୍ଡିଭଙ୍ଗା ଗ୍ରାମରେ ବିଦ୍ୟୁତ୍ ତାର ଛିଣ୍ଡି ଯିବାରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସେହି ଗ୍ରାମର ଭାବଗ୍ରାହୀ ମଲ୍ଲିକ (୩୮) ଙ୍କ ଅକାଳ ମୃତ୍ୟୁ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳୁ ଉଠି ବଜାର କୁ ଆସିବା ସମୟରେ ତାଙ୍କ ଘର ପାଖରେ ଏକ ବିଦ୍ୟୁତ୍ ତାର ଛିଣ୍ଡି ତଳେ ପଡିଯିବାରୁ ତାଙ୍କ ଦେହରେ କରେଣ୍ଟ ଲାଗିଯାଇଥିଲା। ଯଦ୍ୱାରା ଘଟଣା ସ୍ଥଳରେ ଭାବଗ୍ରାହୀଙ୍କ ମୃତ୍ୟୁ ହୋଇଯାଇଛି। ଏଭଳି ସ୍ପର୍ଶକାତର ଘଟଣା ପାଇଁ ସ୍ଥାନୀୟ ଜନସାଧାରଣ ବିଦ୍ୟୁତ୍ ବିଭାଗର ଚରମ ଅବହେଳା ଓ ଆଦୁରଦର୍ଶିତାକୁ ଦୃଢ଼ ନିନ୍ଦା କରିବା ସହ ଯଥୋଚିତ କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣ ରେ ଦାବୀ ହୋଇଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *