February 28, 2025

ଡେସ୍କ ,(ଭୟେସ ଅଫ୍ ଇଣ୍ଡିଆ/ପ୍ରମୋଦ କୁମାର ଦାଶ) :-ନିଶ୍ଚିନ୍ତକୋଇଲି ବ୍ଲକସ୍ଥ କେନ୍ଦିଲୋ ବାବା ତାରକ ଚନ୍ଦ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ “ମା’ ପାଇଁ ଗଛଟିଏ” କାର‌୍ୟ୍ୟକ୍ରମ ପରିପ୍ରେକ୍ଷୀରେ ବୃକ୍ଷରୋପଣ ଅଭିଯାନ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟାପକ ସୁଧୀର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର‌୍ୟ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗତିକୃଷ୍ଣ ରାଉତ ସଂଯୋଜନା କରିଥିଲେ । ଉକ୍ତ ପାରିବେଶିକ କାର‌୍ୟ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡା ନବୋଦୟ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶିକ୍ଷାବିତ୍ ଫକୀର ଚରଣ ନାୟକ, ରାଜ୍ୟସରକାର ତଥା ଜାତୀୟ ପୁରସ୍କାରପ୍ରାପ୍ତ ପରିବେଶବିତ୍ ପ୍ରମୋଦ କୁମାର ଦାଶ, ପ୍ରକୃତିବନ୍ଧୁ ନିରଞ୍ଜନ ସାହୁ, ସତ୍ୟସାଇ ସେବା ସଂଗଠନ ସଦସ୍ୟ ସୁଜିତ୍ କୁମାର ଦାସ ଓ ସନ୍ତୋଷ କୁମାର ଦାଶ, ବିଶିଷ୍ଟ କଣ୍ଠଶିଳ୍ପୀ କୁମାର ଜାନୁ, ସମାଜସେବୀ ସମୀର କୁମାର ପ୍ରଧାନ, ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ସୁଶାନ୍ତ କୁମାର ମଲିକ ପ୍ରମୁଖ ଯୋଗଦାନ କରି ବିବିଧ ବୃକ୍ଷରୋପଣ କରିବା ସହ ଏହାର ସଂରକ୍ଷଣ ଓ ପରିବେଶ ସୁସ୍ଥତାରେ ଛାତ୍ର ଛାତ୍ରୀମାନଙ୍କ କର୍ତ୍ତବ୍ୟ, ବ ନୀକରଣର ଆବଶ୍ୟକତା, ଜଳବାୟୁ ପରିବର୍ତ୍ତନରେ ବୃକ୍ଷର ଆବଶ୍ୟକତା ତଥା ପ୍ରକୃତି ସୁରକ୍ଷା ସଂପର୍କରେ ବହୁବିଧ ଆଲୋକପାତ କରିିଥିଲେ । କାର‌୍ୟ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ଶୁଭମ୍ ଜ୍ୟୋତି ଶତପଥି, ରତିକାନ୍ତ ସାହୁ, ସୌମ୍ୟରଂଜନ ବାରିକ, ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଶର୍ମିଷ୍ଠା ବାରିକ, ଲିଜା ସେନାପତି, ଅଙ୍କିତା ସିଂ ପ୍ରମୁଖ ସହଯୋଗ କରିଥିଲେ । କାର‌୍ୟ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ଅଭିଭାବକ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସକ୍ରିୟ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *