February 28, 2025

ଭୁବନେଶ୍ୱର,୧୫ା୧୧(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :– ନେମାଳ ଥାନା ଅନ୍ତର୍ଗତ ପାଳଦା ଗ୍ରାମ ପଞ୍ଚାୟତ ଦୁଦୁରା ଗ୍ରାମର ଟିକନ ମଲିକଙ୍କ ପୁତ୍ର କୁ ଅଗ୍ନ୍ୟାଶୟା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣେ ଅଶହାୟ ଗରିବ ଶ୍ରେଣୀର । ଆର୍ଥିକ ସମ୍ୟାସା ଯୋଗୁ ସଠିକ ଭାବରେ ଚିକିତ୍ସା ହୋଇପାରୁନଥିବା ବେଳେ ୟୁନିୟନ ଫର୍ କଟକ ସଦର ଡେଭେଲପମେଣ୍ଟ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି । ୟୁନିୟନ ଫର୍ କଟକ ସଦର ଡେଭେଲପମେଣ୍ଟର ଅଧ୍ୟକ୍ଷ ପ୍ରଫେସର ମନୋଜ କୁମାର ନାୟକ ଖବର ପାଇବା ପରେ ସମାଜସେବୀ ଅଭିମନ୍ୟୁ ସାହୁ ଓ ପ୍ରାକ୍ତନ ସରପଞ୍ଚ ସୁନାକର ବେହେରାଙ୍କ ଦ୍ୱାରା ଉକ୍ତ ବିପନ୍ନ ପରିବାରକୁ ଅର୍ଥରାଶି ସହାୟତା ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସେକ୍ ଅକ୍ତର ଅଲ୍ଲୀ .ସରୋଜ ଦାସ,ସଞ୍ଜୟ ଖୁଣ୍ଟିଆ ,ଅଭେନ୍ଦୁ ପରିଡା,ପ୍ରଦିପ୍ତ ନାୟକ,ଦିବାକର ନାୟକ,ପ୍ରହଲ୍ଲାଦ ସଢଙ୍ଗି, ମିଲୁ ନାୟକ ,ବୈକୁଣ୍ଠନାଥ ମଲିକ ,ଗଣେଶ୍ୱର ଦଳାଇ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *