ନେମାଳ,୦୮ା୧୧(ଭୟେସ୍ ଅଫ୍ ଇଣ୍ଡିଆ)- ଓଡିଶା ଛତୁ ଉତ୍ପାଦନକାରୀ ମହାସଂଘ ପକ୍ଷରୁ ଏକ ବୈଠକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗୋବିନ୍ଦ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ନିଶ୍ଚିନ୍ତକୋଇଲି ଓ ମାହାଙ୍କା ବ୍ଲକ ଅଞ୍ଚଳର ବହୁ ଛତୁ ଚାଷୀ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇଥିଲା ।ନିଶ୍ଚିନ୍ତକୋଇଲି ବ୍ଲକ କମିଟିର ସଭାପତି ଭାବେ ରମାକାନ୍ତ ଜେନା ,ସମ୍ପାଦକ ଭାବେ ଜଳନ୍ଧର ଦାସ,କୋଷାଧ୍ୟକ୍ଷ ଭାବେ ପ୍ରମୋଦ ସ୍ୱାଇଁ,ସହ ସମ୍ପାଦକ ଜୋର୍ତ୍ରୀମୟୀ ମହାପାତ୍ର,ଉପ ସଭାପତି ଭାବେ ପ୍ରସାନ୍ତ କୁମାର ନାୟକ ପ୍ରମୁଖ ମନୋନିତ ହୋଇଥିବା ବେଳେ ମାହାଙ୍ଗା ବ୍ଲକ କମିଟିର ସଭାପତି ଭାବେ ବିଭୁତି କୁମାର ମଲ୍ଲ ଓ ଉପଦେଷ୍ଟା ଭାବେ ଦର୍ଶନୀ ନାୟକ, ସୁଧାଂଶୁ ଶେଖର ନାୟକ ପ୍ରମୁଖ ମନୋନିତ ହୋଇଥିଲୋ ଶେଷରେ ଦୀପକ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।