February 28, 2025

ନିଶ୍ଚିନ୍ତକୋଇଲି ,୨୮ା୧୧(ଭୟେସ ଅଫ୍ ଇଣ୍ଡିଆ/ପ୍ରମୋଦ ଦାଶ)-: ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଜୀବନଚର୍ଯ୍ୟା ଓ ଦର୍ଶନ ଦିବ୍ୟ ସନାତନୀୟ ନିର୍ଯାସର ମାନବବାଦ ତତ୍ୱକୁ ରୁଧିମନ୍ତ କରିଅଛି ବୋଲି ଖଣ୍ଡସାହୀସ୍ଥ ବାସୁଦେବ ଆଶ୍ରମ ପରିସରରେ ଆୟୋଜିତ ଅଚ୍ୟୁତ ଦର୍ଶନ ସମ୍ବଳିତ ପାଠଚକ୍ର ଅବସରରେ ବିଶିଷ୍ଟ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି । ଜାତୀୟ ପୁରସ୍କାରପ୍ରାପ୍ତ ପରିବେଶବିତ ର୍ପ୍ରମୋଦ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପାଠଚକ୍ରକୁ ଲବଧ ପ୍ରତିଷ୍ଟ ଅଚ୍ୟୁତ ତତ୍ୱଜ୍ଞ ଗୁରୁପାଦ ବ୍ରହ୍ମଅବଧୁତ ଶ୍ରୀ ସୁକାନ୍ତ ଦାସଜୀ ମହାରାଜ ଉଦ୍‌ଘାଟନ କରି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଚର୍ଯ୍ୟାଭୂଷଣକୁ ମାନବ ସମାଜର ହିତ ସାଧନରେ ପ୍ରୟୋଗ କରିବାର ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ସୁନାମଧନ୍ୟ ସାହିତ୍ୟିକ ପ୍ରାକ୍ତନ ସାଂସଦ ଡ. ପ୍ରସନ୍ନ ପାଟଶାଣୀ ଯୋଗଦେଇ ମାନବବାଦ ସର୍ବଧର୍ମ ସମନ୍ୱୟରେ ଅଚ୍ୟୁତାନନ୍ଦଙ୍କ କାଳଜୟୀ ସାଧନା ମାନବ ସମାଜକୁ ଆଗାମୀ ଦିନରେ ସୁପଥଗାମୀ କରାଇବ ବେଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଠ ଅତିଥି ଭାବେ ଶିକ୍ଷାବିତ-ସମାଜସେବୀ -ସଂଗଠକ ଶଶଧର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଶାସ୍ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସାମ୍ବାଦିକ ବିନୟ କୁମାର ଦାସ ,ସମ୍ମାନିତ ଅତିଥି ଭାବେ ସମାଜସେବୀ ଦେବବ୍ରତ ପଣ୍ଡା ,ସାହିତ୍ୟିକା ରୋଜାଲିନ ସେନାପତି ପ୍ରମୁଖ ଯୋଗଦାନକରିଥିଲେ । ଏହିଅବସରରେ ଅଶ୍ରମ ପକ୍ଷରୁ ପ୍ରକାଶିତ ‘ଭକ୍ତି ଦର୍ପଣ ଏବଂ ଜ୍ଞାନଗୁଜ୍ଜରୀ ଦର୍ପଣ’ର ପାଠକୀୟ ସମିକ୍ଷା କରାଯାଇଥିଲା । ଶେଷରେ ନାମାଶ୍ରିତ ପ୍ରଭାବତୀ ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *