February 23, 2025

ଭୁବନେଶ୍ୱର,(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :–ନିଶ୍ଚିନ୍ତକୋଇଲି ସ୍ଥିତ ସମଗ୍ର ଓଡିଶା ର ଏକ ଲବ୍ଧ ପ୍ରତିଷ୍ଠ ସଂଗୀତ କଳା ର ସୁନାମଧନ୍ୟ ପୂରାତନ ଅନୁଷ୍ଠାନ “ବେଲେଶ୍ଵରୀ ସଂଗୀତ କଳା ନିକେତନ”ର ସପ୍ତମ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସମ୍ପାଦକ ପରିବେଶବିତ ପ୍ରମୋଦ କୁମାର ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାତା ସମ୍ପାଦକ ଓଡିଶା ସଂଗୀତ ଏକାଡେମୀ ପୁରସ୍କାର ପ୍ରାପ୍ତ ତବଲାଗୁରୁ ଗୋପୀନାଥ ବେହେରା, ନିଶ୍ଚିନ୍ତ କୋଇଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ହେମନ୍ତ କୁମାର ରାଉତ,ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ବୈକୁଣ୍ଠ ଚରଣ ସାହୁ, କୋଷାଧ୍ୟକ୍ଷ ବିଜୟ କୁମାର ପଣ୍ଡା, ମହନ୍ତ ଅନନ୍ତରାମ ଦାସ, ସଂଗୀତ ଶିକ୍ଷକ ଦେବାଶିଷ ମହାନ୍ତି, ତବଲା ଶିକ୍ଷକ ଅଜୟ କୁମାର ଦାଶ, ସମାଜସେବୀ ନିରଞ୍ଜନ ରାଉତ ପ୍ରମୁଖ ଯୋଗଦାନ କରି ଅନୁଷ୍ଠାନ ସମ୍ପର୍କିତ ଆଗାମୀ ବହୁବିଧ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଆଗାମୀ ଜାନୁଆରି ୧୨ ତାରିଖ ରେ ଦିବସବ୍ୟାପୀ ରାଜ୍ୟସ୍ତରୀୟ ପ୍ରତିଭାନ୍ଵେ ଶଣ କାର୍ଯ୍ୟକ୍ରମ ଅନୁଷ୍ଠାନ ଆନୁକୁଲ୍ୟ ରେ ହେବାପାଇଁ ସ୍ଥିରୀକୃତ ହୋଇଥିଲା। ଉକ୍ତ ବୈଠକରେ ନିକେତନ ର ବହୁ ସାଧାରଣ ସଦସ୍ୟ ମାନେ ସକ୍ରିୟ ଉପସ୍ଥିତ ରହିଥିଲେ। 

Leave a Reply

Your email address will not be published. Required fields are marked *