January 15, 2025

ଭୁବନେଶ୍ୱର,(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :–ନିଶ୍ଚିନ୍ତ କୋଇଲି ବ୍ଲକ ଅନ୍ତର୍ଗତ କଟରପଡାସ୍ଥ କଟକ ଚାନ୍ଦବାଲି ମୁଖ୍ୟରାସ୍ତା ସନ୍ନିକଟ ପ୍ରମୁଖ ଶିକ୍ଷାନୁଷ୍ଠାନ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ପନ୍ଦରତମ ବାର୍ଷିକ କ୍ରୀଡା ସମାରୋହ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ ଗୋପବନ୍ଧୁ ରାଉତ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ନିଶ୍ଚିନ୍ତ କୋଇଲି ଥାନା ଅଧିକାରୀ ଯୁଗଳ କିଶୋର ଦାସ ଯୋଗଦେଇ ପାଠ ପଢା ସହ କ୍ରୀଡା କ୍ଷେତ୍ରର ନୈପୁଣ୍ୟତା ଶିଶୁମାନଙ୍କ ଭବିଷ୍ୟତ ଉନ୍ନତି ପାଇଁ ଆବଶ୍ୟକ ବୋଲି ମତ ରଖିଥିଲେ। ମୁଖ୍ୟଅତିଥି ଭାବେ ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସୁଚିତ୍ର କୁମାର ସାହୁ ଶିକ୍ଷ୍ୟା ଓ କ୍ରୀଡା ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଓଡିଶା ସରକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶବିତ ପ୍ରମୋଦ କୁମାର ଦାଶ ସ୍ୱାସ୍ଥ୍ୟ ସମ୍ପଦ ର ଉନ୍ନତି ନିମିତ୍ତ କ୍ରୀଡା ର ଭୂମିକା ଅନସ୍ବୀକାର୍ଯ୍ୟ ବୋଲି ମତ ଦେବା ସହ ଏହା ବିଦ୍ୟାଧ୍ୟୟନ ର ପ୍ରମୁଖ ଅଙ୍ଗ ଭାବେ ବର୍ଣ୍ଣନା କରିଥିଲେ। ଉକ୍ତ ସଭା ରେ ବିଶିଷ୍ଟ ଅତିଥି ଭାବେ ନିଶ୍ଚିନ୍ତ କୋଇଲି ଇୟୁନିଅନ ବ୍ୟାଙ୍କ ର ଶାଖା ପରିଚାଳକ ଦେବବ୍ରତ ସାହୁ, ସମ୍ମାନୀତ ଅତିଥି ଭାବେ ଆସ୍ଥା ଚାରିଟେବୁଲ ଟ୍ରଷ୍ଟ ର ଚେୟାରମାନ ପ୍ରମିଳା ନାୟକ, ସ୍କୁଲ ର ସମ୍ପାଦକ ସ୍ମୃତିରଞ୍ଜନ ରାଉତରାୟ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଥିଲେ। ବଶିଷ୍ଠ ଶିକ୍ଷୟତ୍ରୀ ଆରାଧନା ମିଶ୍ର ଙ୍କ ସଂଯୋଜନା କ୍ରମେ ସ୍କୁଲ ର ଉପାଧ୍ୟକ୍ଷ ବିରଜା ପ୍ରାସାଦ ମିଶ୍ର ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡା ଶିକ୍ଷକ ଗୀତ ରଞ୍ଜନ ବେହେରା ଙ୍କ କ୍ରୀଡା ପରିଚାଳନା କ୍ରମେ ଶିକ୍ଷୟିତ୍ରୀ ବିନତୀ ଶତପଥି, ଯୋଗମାୟା ପଣ୍ଡା, ରଞ୍ଜୁଲତା ବେହେରା, ପ୍ରଭାସିନୀ ସ୍ୱାଇଁ, ରଶ୍ମିରଞ୍ଜିତା ସ୍ୱାଇଁ, ସୁଶ୍ରୀ ସ୍ନିଗ୍ଧାଞ୍ଜଳି, ଡଲିରାଣୀ ସିଂ, ମାନସୀ ନାୟକ, ମୋନାଲିସା ନାୟକ, ପ୍ରିୟଙ୍କା ସାମଲ, ରଶ୍ମିତା ସାହୁ, ଅନୁପମା ଶତପଥି, ମୋନାଲି ତ୍ରିପାଠୀ, ନିବେଦିତା ପ୍ରଧାନ, ଶାଶ୍ଵତୀ ବେହେରା, ସୁପ୍ରିୟା ମହାନ୍ତି, ସରୋଜିନୀ ରାଉତ, ସଂଯୁକ୍ତା ସାହୁ, ସ୍ଵର୍ଣ୍ଣଲତା ସାହୁ, ବିନ୍ଦୁଶ୍ରୀ ପରିଜା, ସ୍ମୃତିଭାରତୀ ପ୍ରିୟଦର୍ଶିନୀ, ନମିତା ସାମଲ, ଲିଲି ମହାନ୍ତି, ଉପାସନା ପରିଜା, ଫରନାଜ୍ ଅଲ୍ଲୀ, ମାନସ କୁମାର ରାଉତ, ଜଗଦୀଶ ନାଥ, ଜୟପ୍ରକାଶ ପାତ୍ର, ତୃପ୍ତି ରଞ୍ଜନ ସାହୁ ଓ ଦେବାଶିଷ ଦାଶ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ସ୍କୁଲ ର ମଣ୍ଟେଶ୍ୱରୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୮୧୭ ଜଣ ଛାତ୍ର ଛାତ୍ରୀ ଏହି ତ୍ରିଦିବସ ବ୍ୟାପୀ କ୍ରୀଡା ସମାରୋହ ରେ ଅଂଶ ଗ୍ରହଣ କରିବାକୁ ଥିଲାବେଳେ ବହୁ ସଂଖ୍ୟକ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *