January 15, 2025

ଡେସ୍କ,୦୬ା୦୧(ଭୟେସ ଅଫ୍ ଇଣ୍ଡିଆ) :-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପ୍ରସିଦ୍ଧ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପର୍ଯ୍ୟଟନ ପୀଠରେ ୫-ଟି କାର୍ଯ୍ୟର ତ୍ୱରାନିତ ପାଇଁ ଇଞ୍ଜିନିୟର ମୁଖ୍ୟ ତଥା ପୂର୍ତ୍ତ ବିଭାଗ ଏବଂ ସେତୁ ନିଗମର ବୈଷୟିକ ଉପଦେଷ୍ଟା ଡ. ଏନ.ସି ପାଲ ସମିକ୍ଷା କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ପାଲ ନେମାଳ ପଦ୍ମବନ ପୀଠକୁ ଆସି ମହାପୁରୁଷଙ୍କ ପୂଜାଅର୍ଚନା କରିବା ପରେ ବିଭିନ୍ନ ବ୍ୟକ୍ତିଙ୍କ ସହ ପୀଠ କାର୍ଯ୍ୟର ଉନ୍ନତି ସଂପର୍କରେ ଆଲୋଚନା କରିବା ସହିତ ତ୍ୱରାନିତ ହେଉଥିବା କାର୍ଯ୍ୟର ସମିକ୍ଷା କରିଥିଲେ ।

ଉକ୍ତ ସମିକ୍ଷା କାର୍ଯ୍ୟକ୍ରମରେ ଓବିସିସି ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ କଲୋଳ କିଶୋର ପ୍ରଧାନ,ପ୍ରୋଜେକ୍ଟ ମ୍ୟାନରଜର ଅଭୀଜିତ ସାମନ୍ତସିଙ୍ଘାରଙ୍କ ସମେତ ବହୁ ପଦାଧିକାରୀ ଯୋଗହଦେଇଥିଲେ । ଉକ୍ତ କାର୍ଯ୍ୟକୁ ଗ୍ରିନ୍ ଗୋ ନାମକ ଏଜେନସି ଟେଣ୍ଡର ନେଇଥିବା ବେଳେ ଉକ୍ତ କାର୍ଯ୍ୟ ୧୮ମାସ ମଧ୍ୟରେ ଶେଷ ହେବ ବୋଲି ଓବିସିସି ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ସୁଚନା ଦେଇଥିଲେ । ସୁଚନାଯୋଗ୍ୟ ମହାପୁରଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦଙ୍କ ପର୍ଯ୍ୟଟନ ପୀଠର ଉନ୍ନତି ପାଇଁ ୨୪ କୋଟି ୯୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୨୩ ମସିହା ମାର୍ଚ୍ଚ ମାସ୧୧ତାରିଖରେ ଦୃଶ୍ୟସଞ୍ଚାରୀ (ଭିଡିଓ କନ୍ଫରେନ୍ସ ଜରିଆରେ) ମାଧ୍ୟମରେ ଶିଳାନ୍ୟସ କରାଯାଇଥିଲା । ଉକ୍ତ ଅର୍ଥରେ ପ୍ରଥମ ପର୍ଯ୍ୟାୟରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମୁଖ୍ୟ ମନ୍ଦିର ନର୍ମାଣ, ଗୋପିନାଥ ଜୀୟୁଙ୍କ ନୁତନ ମନ୍ଦିର ନିର୍ମାଣ , ରୋଷ ଓ ପ୍ରସାଦ ଗୃହ ନିର୍ମାଣ,ଆନନ୍ଦ ବଜାର,ଶ୍ରଧାଳୁ ମାନଙ୍କ ନିମନ୍ତେ ଭକ୍ତ ନିବାସ,ଟ୍ରଷ୍ଟ କାର୍ଯ୍ୟାଳୟ,ଶୈାଚାଳୟ ଓ ଭଣ୍ଡାର ଗୃହ ସହିତ ଶୈାନ୍ଦର୍ଯ୍ୟକରଣ ଆଦି କରାଯିବ । ଉକ୍ତ ସମିକ୍ଷା କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିନିଧି ଅମିୟ କୁମାର ମହାନ୍ତି, ନିଳାଦ୍ରୀ ବିହାରି ପତି, ପଞ୍ଚାୟତ ବିଜେପି ସଭାପତି ରବିନ୍ଦ୍ର କୁମାର ପୃଷ୍ଟି ,ଶ୍ରୀ ଅଚ୍ୟୁତ ସେନା ସଭାପତି ବିନୟ କୁମାର ଦାସ,ସୋବାୟତ ସଂଘ ସଭାପତି କ୍ଷମାନିଧି ପୁଝାରୀ,ଶ୍ରୀ ଅଚ୍ୟୁତ ସେନା ସମନ୍ୱୟ ସଂଜୋଯକ କେଶବ ଚନ୍ଦ୍ର ଦଳାଇ ,ଟ୍ରଷ୍ଟ ଅଧିକାରୀ ଶରତ ମଲିକ ,ସେବାୟତ କାର୍ତିକ ପୁଝାରୀ,ମନୋରଞ୍ଜନ ପୁଝାରୀ,ଦର୍ଶନି ନାୟକ ପ୍ରମୁୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *