January 15, 2025

ଯୁବପୀଢି ମାନେ ସମାଜମଙ୍ଗଳର ନବଦିଗନ୍ତ ଅନନ୍ୟ ପ୍ରୟାସ ଜାରି ରଖିବାକୁ ଆହ୍ୱାନ

ଭୁବନେଶ୍ୱର,୦୭ା୧(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :– ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ଆନୁକୂଲ୍ୟରେ ଦୁଇ ଦିନଧରି ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ନାୟକଙ୍କ ଅଧକ୍ଷତାରେ ଆୟୋଜିତ ଉଦ୍‌ଯାପନି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ପ୍ରାଧ୍ୟାପକ ବିପିନ ବିହାର୍‌ି ଦାସ ଯୋଗଦେଇ ଯୁବପୀଢି ମାନେ ସମାଜମଙ୍ଗଳର ନବଦିଗନ୍ତ ଅନନ୍ୟ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ମୁଖ୍ୟ ଉପଦେଷ୍ଟା ପ୍ରଫେସର ଗଗନ ବିହାରି ଦାସ ଯୋଗଦେଇ ଭାରତୀୟ ସାଂସ୍କୃତିକ ଚେତନାକୁ ନୂଆ ଜୀବନ ଦେବାରେ ଯୁବପିଢି ମାନଙ୍କ ମଧ୍ୟରେ ସ୍ୱାଭିମାନ ଜାଗ୍ରତ ହେଲେ ଆଶାର ନୂଆ କିରଣ ସୃଷ୍ଟି ହୋଇପାରିବ ବୋଲି ସୁଚନା ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ଲେଙ୍କା , ସମ୍ମାନିତ ଅତିଥି ଭାବେ ଶିକ୍ଷାଜ୍ୟୋତି ଅଧ୍ୟାପକ ଅଭିମନ୍ୟୁ ସେଠୀ, ଅଧ୍ୟାପିକା ବିପ୍ଲବିନି ସିଂ, ଅଧ୍ୟାପକ ପ୍ରଦୀପ କିଶୋର ବେହେରା, ଅଧ୍ୟାପିକା ଡ଼. ଦିପ୍ତିମୟୀ ବେହେରା ପ୍ରମୁଖ ଯୋଗଦେଇଥିଲୋ । ସହ ଉପଦେଷ୍ଟା ଅଧ୍ୟାପକ ବିନୟ କୁୁମାର ଦାସଙ୍କ ସଂଜୋଯନାରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ବରେ ଅଧ୍ୟାପକ ସୁଧାଂଶୁ ଶେଖର ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବହୁ ଛାତ୍ରଛାତ୍ରୀ ସଂଗୀତ, ନୃତ୍ୟ, ସାଧାରଣଜ୍ଞାନ, ପ୍ରବନ୍ଧ ଆଦି ବିଭିନ୍ନ ପ୍ରତଯୋଗୀତାରେ ଅଶଂଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ ଅଧ୍ୟାପିକା ଦିପ୍ତି ସାହୁ, ଅଧ୍ୟାପକ ବିକାଶ ରଞ୍ଜନ ବେହେରା,ଅଧ୍ୟାପକ ଡ. ଚିତରଞ୍ଜନ ଜେନା,ଅଧ୍ୟାପିକା ଅର୍ପିତା ପାତ୍ରୋ ,ଅଧ୍ୟାପକ ସୂର୍ଯ୍ୟକାନ୍ତ ଥାପା,ସମର ଶିକ୍ଷାର୍ଥୀ ବାହିନୀର ଲେପଟନାଣ୍ଟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ,ଅଧ୍ୟାପକ ବିବେକାନନ୍ଦ ଜେନା ,ଅଧ୍ୟାପିକା ସୁଚିସ୍ମିତା ରଣା,ଅଧ୍ୟାପିକା ରଞ୍ଜୁଲତା ସାହୁ,ଅଧ୍ୟାପିକା ମଧୁସ୍ମିତା ସାହୁ , ଅଧ୍ୟାପିକା ଶୁଭଲକ୍ଷ୍ମୀ ନାୟକ,ଅଧ୍ୟାପିକା ବିଜୟଲକ୍ଷ୍ମୀ ସାମଲ,ଅଧ୍ୟାପକ ନନ୍ଦନନ୍ଦନ ବସନ୍ତିଆ.ଅଧ୍ୟାପିକା ସୁଚିସ୍ମିତା ପ୍ରିୟଦଶ୍ରନୀ ପ୍ରମୁୁଖ ଯୋଗଦେଇଥିବା ବେଳେ ସମାଜସେବୀ ହରେକୃଷ୍ଣ ପୁଝାରୀ, ମିନାକ୍ଷି ସାହୁ,ଅମିତା ଲେଙ୍କା ,ସୁଶାନ୍ତ ଗୋଛାୟତ,ଦେବାଶିଷ ଦାସ,ଦିବାକର ଦାସ,ଜଗଦିଶ ଖୁଣ୍ଟିଆ ,ନରେନ୍ଦ୍ର ସାମଲ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *