ଭୁବନେଶ୍ୱର,(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :– ମଣିଷ ହେଉଛି ସିଏ ଯିଏ ମଣିଷର ଉପକାରରେ ଆସେ । ସେହିଭଳି ମଣିଷ ପଣିଆର ପ୍ରକୃଷ୍ଠ ଉଦାହରଣ ହେଉଛନ୍ତି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅବସରପ୍ରାପ୍ତ କର୍ମଚାରୀ ବରିଷ୍ଠ ନାଗରିକ ନିରଞ୍ଜନ ସ୍ୱାଇଁ ବୋଲି ତାଙ୍କ ଦ୍ୱାଦଶାହ ଉପଲକ୍ଷେ ଉକ୍ତ ସମାରୋହରେ ବହୁ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସାହିତ୍ୟିକ ଫକୀର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମତି ସମାରୋହକୁ ରାଜ୍ୟ ସରକାର ତଥା ଜାତୀୟପୁରସ୍କାରପ୍ରାପ୍ତ ପରିବେଶବିତ୍ ପ୍ରମୋଦ କୁମାର ଦାଶ ସଂଯୋଜନା କରିଥିଲେ ।
ଏହି ଉପଲକ୍ଷେ ଅନୁଷ୍ଠିତ ସ୍ମତି ଅର୍ଘ୍ୟ ପ୍ରଦାନରେ ପ୍ରାକ୍ତନ ମନ୍ତ୍ରୀ ତଥା ରାଜ୍ୟ ମିଡିଆସେଲ ସଂଯୋଜକ ପ୍ରତାପ ଜେନା, କିଟ୍ର ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ସାହୁ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଭାଗବତ ବଳ, ବିଶିଷ୍ଟ ଆଧ୍ୟାତ୍ମବାଦୀ ପ୍ରବଚକ କାଳନ୍ଦୀ ଚରଣ ସ୍ୱାଇଁ, ସ୍ତମ୍ଭକାର ବିବେକାନନ୍ଦ ଦାସ, ନିର୍ବାଣ ପ୍ରତିନିଧି ବିଜୟ କୁମାର କୁଅଁର, ସମାଜସେବୀ ଅଶୋକ କୁମାର ମହାନ୍ତି, ପ୍ରମୋଦ କୁମାର ସ୍ୱାଇଁ, ସତ୍ୟବ୍ରତ ସ୍ୱାଇଁ, ଅକ୍ଷୟ କୁମାର ସ୍ୱାଇଁ, ସ୍ମୃତିରଂଜନ ରାଉତରାୟ, ଦେବାଶିଷ ବେଉରା, ପ୍ରକାଶ ରାଉତରାୟ, ଅଶୋକ କୁମାର ନାୟକ, ଶରତ ଚନ୍ଦ୍ର ସ୍ୱାଇଁ, ସୁବାଷ ଚନ୍ଦ୍ର ସ୍ୱାଇଁ, ମହେଶ୍ୱର ମଣ୍ଡଳ, ଚିତ୍ତରଂଜନ ସ୍ୱାଇଁ, ପ୍ରହଲ୍ଲାଦ ରାଉତରାୟ, ଗାୟତ୍ରୀ ବରାଳ, ଦେବାଶିଷ ରାଉତରାୟ, ଝରଣା ନାୟକ, ପ୍ରଭାବତୀ ସ୍ୱାଇଁ, ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ନିରଞ୍ଜନଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ନିରଞ୍ଜନଙ୍କ ମାତା ଜେମାମଣୀ ସ୍ୱାଇଁ, ପୁତ୍ର ଭକ୍ତପ୍ରସାଦ ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ ସମାରୋହରେ ବିଭିନ୍ନ ଅଂଚଳରୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନକରିଥିଲେ ।