November 1, 2024

ତିଗିରିଆ(ଭୟେସ୍ ଅଫ୍ ଇଣ୍ଡିଆ): କଟକ ଜିଲା ତିଗିରିଆ ଥାନା ନୂଆସଡ଼କ-ଗୋଡ଼ିଝରିଆ ଜଙ୍ଗଲି ରାସ୍ତାର ରାଇସ୍‌ ମିଲ୍‌ ନିକଟରେ ଶୁକ୍ରବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ୮ରୁ ୯ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍‌ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଟ୍ରଙ୍କରେ ପ୍ରାୟ ୧.୭୩ କୋଟି ଟଙ୍କା ଥିବା କୁହାଯାଉଛି। ଦୁର୍ବୃତ୍ତମାନେ ଏକ ସ୍କୁଟି, ଗୋଟିଏ ବାଇକ୍‌ ଓ ଗୋଟିଏ ସ୍କର୍ପିଓ ଗାଡ଼ି ବ୍ୟବହାର କରି ଏହି ଲୁଟ୍‌ କରିଛନ୍ତି।ସୂଚନା ଅନୁସାରେ, ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ଼ ଏସ୍‌ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍‌ରେ ଭରିବାକୁ ଯାଇଥିଲେ। ମୋଟ ୧୩ଟି ଏଟିଏମ୍‌ରେ ଏହି ଟଙ୍କା ଭରିବାର ଥିଲା। କିନ୍ତୁ ମାତ୍ର ଚାରୋଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପରେ ସେମାନେ ଲୁଟ୍‌ର ଶିକାର ହୋଇଥିଲେ। ଏହି ଘଟଣା ପରେ ତିଗିରିଆ ଓ ଆଠଗଡ଼ ପୁଲିସ ପକ୍ଷରୁ ତନାଘନା ଜାରି ରହିଛି। ଆଠଗଡ଼ରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି।

Leave a Reply

Your email address will not be published. Required fields are marked *