
ଜନସାଧାରଣ ମାନେ ସହଯୋଗର ହାତ ବଢାଇଲେ ପୋଲିସ ନିଜର କର୍ତ୍ତବ୍ୟ ସଠିକ ଭାବରେ କରିପାରିବ
କଟକ -୧୮/୧୧/୨୩ (ଭୟେସ ଅଫ୍ ଇଣ୍ଡିଆ /ବିନୟ କୁମାର ଦାସ)-ଜନସାଧାରଣଙ୍କ ମଧ୍ୟରେ ସୁସଂପର୍କ ସ୍ଥାପନ କରିବା ସହିତ ରାଜନେତା ଓ ଗଣମାଧ୍ୟମ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ପାରିଲେ ପୋଲିସ ଉପରେ ଜନସାଧାରଣଙ୍କର ଆସ୍ଥା ପ୍ରକଟ ହେବ ଏବଂ ଜନସାଧାରଣ ମାନେ ସହଯୋଗର ହାତ ବଢାଇଲେ ପୋଲିସ ନିଜର କର୍ତ୍ତବ୍ୟ ସଠିକ ଭାବରେ କରିପାରିବ ବୋଲି ଆଜି ନେମାଳ ଥାନା ଅଞ୍ଚଳ ଜନସାଧାରଣ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ସମିକ୍ଷା କରି ସୁଚନା ଦେଇଛନ୍ତି କଟକ ଏପି ମିହିର କୁମାର ପଣ୍ଡା । ପ୍ରଥମେ ଏସପି ଶ୍ରୀଯୁକ୍ତ ପଣ୍ଡା ନେମାଳ ଥାନାକୁ ଆସି ଥାନାର ବିଭିନ୍ନ ସମସ୍ୟା ସଂପର୍କରେ ଜନସାଧାରଣ ମାନଙ୍କ ଠାରୁ ବୁଝିଥିଲୋ ଏହିଅବସରରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ନେମାଳ ଥାନାକୁ ନୂତନ ଗୃହ ପାଇଁ ଆସିଥିବା ପ୍ରାୟ ୬୦ ଲକ୍ଷ ଟଙ୍କା ଫେରିଯିବାର ସମ୍ଭାବନା ଦେଖାଦେଇଥିବା ଜନସାଧାରଣ ଅବଗତ କରାଇଥିଲେ ।

ଓଡିଶାର ବିଭିନ୍ନ ପ୍ରାନ୍ତରେ ଥିବା ଫାଣ୍ଡିଗୁଡିକୁ ୧୯୯୬ ମସିହାରେ ଥାନାର ମାନ୍ୟତା ଦିଆଯାଇଥିଲା । ସେଥମଧ୍ୟରୁ ନେମାଳ ଫାଣ୍ଡିକୁ ନେମାଳ ଥାନାର ମାନ୍ୟତା ଦିଆଯାଇ କାର୍ଯ୍ୟ ଚାଲିଆସୁଅଛି । ୧୭ ଟି ପଞ୍ଚାୟତକୁ ନେଇ ଗଠିତ ନେମାଳ ଥାନାରେ ଅଫିସରମାନଙ୍କର କ୍ୱାଟର ଓ ଅ‘ିସ ଗୃହ, ଅଭ୍ୟର୍ଥନା କକ୍ଷ, ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଏକ ଏକର ୩୦ ଡିସିମିଲ୍ ଜମି ଯୋଗାଇ ଦିଆଯାଇଥିଲା । ଏହି ଜମିରେ ଥାନା ପକ୍ଷରୁ ପାଚେରୀ ନିର୍ମାଣ ସହ ଅଫିିସରମାନେ ରହିବା ପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଦୁଇ ମହଲା ବିଶିଷ୍ଟ ବାସଗୃହ ନିର୍ମାଣ ହେବା ସହ ଅଭ୍ୟର୍ଥନା କକ୍ଷ ଓ ଫାଣ୍ଡି ଗୃହକୁ ଉନ୍ନତିକରଣ କରାଯାଇ ସେଠାରେ ଥାନା କାମ ଚାଲୁଅଛି ।ପରନ୍ତୁ ସରକାରଙ୍କ ପକ୍ଷରୁ ପ୍ରତି ଥାନାକୁ ଗ୍ରେଡେସନ୍ କରାଯିବା ସହ ଥାନା ଗୃହ ନିର୍ମାଣ ପାଇଁ ୬୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟା ତାହା କାର୍ଯ୍ୟକାରୀ ହୋଇନଥିବା ଜନସାଧାରଣ ସୁଚନା ଦେଇଥିବା ବେଳେ ଥାନାର କର୍ମଚାରୀ ଅଭାବ ଥିବାରୁ ବିଭିନ୍ନ ସମସ୍ୟା ଦେଖାଯାଉଥିବା ସଂପର୍କରେ ଅବଗତ କରାଯାଇଥିଲା ।

ପରେ ଏସ.ପି ଶ୍ରୀଯୁକ୍ତ ପଣ୍ଡା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ପରିଦର୍ଶନରେ ଯାଇ ପୂଜାଅର୍ଚ୍ଚାନା କରି ଠାକୁରଙ୍କ ଅଶିସ ଭିକ୍ଷା କରିଥିଲୋ । ଉକ୍ତ କାର୍ଯ୍ୟକ୍ରମରେ ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ଆଇଆଇସି ଶୁସିଲ କୁମାର ନାୟକ ,ଏସଆଇ ଗୈାରଙ୍ଗ ଚରଣ ବିଶ୍ୱାଳ .ଏଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁ ,ନେମାଳ ପଞ୍ଚାୟତ ବିଜେଡି ସଭାପତି ବିମଳ କୁମାର ଦାସ ,ଉପସଭାପତି ଅମୀୟ ପ୍ରସାଦ ମହାନ୍ତି,ରବିନାରାୟଣ ତ୍ରିପାଠୀ,ସମିତି ସଭ୍ୟ ବିଶ୍ୱେନ୍ଧୁ ମହାରଣା,ତିଲକଣା ସରପଞ୍ଚ ବିଶ୍ୱନାଥ ପଣ୍ଡା,ଅଞ୍ଜନ କୁମାର ସାହୁ,ସନ୍ତୋଶ ସିଂ ପ୍ରମୁଖ ଯୋଗେଇ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।
