November 1, 2024

ଭୁବନେଶ୍ୱର ୨୦/୧୧/୨୩ (ଭୟେସ ଅଫ୍ ଇଣ୍ଡିଆ /ବିନୟ କୁମାର ଦାସ):ବଜାରରେ ଏବେ ଡାଲି ଦର ହଠାତ୍ ବୃଦ୍ଧି ପାଇଛି,ଯାହାକୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।ଡାଲିର ଏଭଳି ଅହେତୁକ ଦର ବୃଦ୍ଧି ମଧ୍ୟବିତ ଲୋକଙ୍କୁ ବେଶି ବାଧୁଛି । ଡାଲି ଦର ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ।ପରିସ୍ଥିତି ଏପରିହୋଇଛି ଯେ ସକାଳ ଦର ସଞ୍ଜକୁ ବଦଳିଯାଉଛି ।ଅନ୍ୟପକ୍ଷରେ ଚଳିତଥର ପ୍ରତିକୂଳ ପାଗ ଯୋଗୁ ରବି ଫସଲ ପ୍ରଭାବିତ ହୋଇଛି । ବିଶେଷ କରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଚଳରେ ଚଳିତ ବର୍ଷ ରବି ଫସଲ ଉତ୍ପାଦନ କମିଥିବାରୁ ଗ୍ରାମାଞ୍ଚଳରେ ଡାଲି ପାଇଁ ଭାଳେଣି ପଡିଛି ।ଡାଲି ଏକ ପୃଷ୍ଟିକର ଖାଦ୍ୟ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଡାଲି ଉପରେ ଅଧିକ ନିର୍ଭର କରନ୍ତି । ଭାଟ ଓ ପରିବହନ ଖର୍ଚ୍ଚ ବୃଦ୍ଧି ହେତୁ ଡାଲି ଦର ଆକାଶଛୁଆଁ ହୋଇଛି ।ପୂର୍ବରୁ ମାଲଗୋଦାମରେ ହରଡ ଡାଲି କୁଇଟାଲ ୧୦ହଜାର ୫୦୦ଟଙ୍କା,ମୁଗ ଡାଲି ୯ହଜାର ୪୦୦,ବୁଟ ଡାଲି ୫ହଜାର,ବିରି ଡାଲି ୮ ହଜାର ୫୦୦,ମସୁର ଡାଲି ୬ହଜାର ୫୦୦,ମଟର ୩ହଜାର୧୦୦,ବୁଟ ମୂଲ୍ୟ ୪ହଜାର ୩୦୦ ଟଙ୍କା ଥିଲାବେଳେ ଏବେ ହରଡ ଡାଲି କୁଇଟାଲ ୧୪ହଜାର ୫୦୦ଟଙ୍କା ମୁଗ ଡାଲି ୧୦ହଜାର ୯୦୦,ବିରି ଡାଲି ୧୧ ହଜାର,ବୁଟ ଡାଲି ୮ ହଜାର ୮୦୦, ମସୁର ଡାଲି ୮ ହଜାର,ମଟର ୬ ହଜାର ୩୦୦,ବୁଟ ୬ ହଜାର ୫୦୦ ଟଙ୍କାକୁ ବୃଦ୍ଧି ପାଇଛି ।ତେବେ ମାଲଗୋଦାମ ଦର ବଢିବା ପରେ ନିଶ୍ଚିନ୍ତକୋଇଲି ବଜାର ତଥା ଗ୍ରାମାଞ୍ଚଳରେ ଡାଲିଦର ଆକାଶଛୁଆଁ ହୋଇଯାଇଛି ।

ହରଡ ଡାଲି କିଗ୍ରା ପ୍ରତି ୧୪୦ରୁ ୧୬୦ ଟଙ୍କା,ବୁଟ ଡାଲି ୮୫ରୁ ୯୦ ଟଙ୍କା,ମସୁର ଡାଲି ୮୦ରୁ ୮୫ ଟଙ୍କା,ମୁଗ ଡାଲି ୧୧୦ରୁ ୧୨୦ ଟଙ୍କା,ବିରି ଡାଲି ୧୧୫ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି ।ଏପରିକି ଡାଲିରୁ ପ୍ରସ୍ତୁତ ବେସନ ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି ।ଡାଲି ଦର ବୃଦ୍ଧି ପରେ ଜଳଖିଆ ଦୋକାନୀ ଓ ହୋଟେଲ ମାଲିକମାନେ ମଧ୍ୟ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାରେ ଅସୁବିଧାର ସମୁଖୀନ ହେଉଛନ୍ତି ।ଚଳିତ ବର୍ଷ ଜଳଚେଚନ ଠିକ୍ ଭାବେ ନ ହେବା ଓ ବର୍ଷା ବିତ୍ପାତ ଯୋଗୁ ରବି ‘ସଲ କ୍ଷତିଗ୍ରସ୍ତ ହୋଇଛି ।ତେଣୁ ଗାଁ ଗହଳିରେ ଡାଲି ଜାତୀୟ ଶସ୍ୟର ଉତ୍ପାଦନ ହ୍ରାସ ବେଳେ ବଜାରରେ ମୂଲ୍ୟ ବୃଦ୍ଧି ସାଧାରଣ ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି ।ଏହାର ସୁଯୋଗ ନେଇ କିଛି ମୁନା‘ାଖୋର ବ୍ୟବସାୟୀ ଡାଲି ଷ୍ଟକ ରଖି ମଧ୍ୟ ବିକ୍ରି କରୁନାହାନ୍ତି ।ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

କଣ କୁହନ୍ତି ……..୧-ସୈାମ୍ୟରଞ୍ଜନ ମହାପାତ୍ର . ତେଜରାତି ବ୍ୟବସାୟୀ କୁହନ୍ତି , କଟକ ମାଲଗୋଦାମରେ ଡାଲି ଦର ଦିନକୁ ଦିନ ହୁ ହୁ ହୋଇ ବଢୁଛି ।ଏପରିକି ସକାଳ ଦର ସନ୍ଧ୍ୟାକୁ ବଢି ଯାଉଛି ।ଗ୍ରାହକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।ତେଣୁ ଡାଲି ବିକ୍ରି କମିଛି ।କାଳେ ହଠାତ ଦର କମିଜିବ ,ସେଥିପାଇଁ ଆମେ ମଧ୍ୟ ଅଧିକ ଷ୍ଟକ ରଖୁନାହୁଁ ,
୨. କେଦାରନାଥ ପ୍ରଧାନି ,ଯୋଗାଣ ନିରିକ୍ଷକ କୁହନ୍ତି , ଦେଶ ବାହାରୁ ଆସୁଥିବା ଡାଲି ଉପରେ ବହୁ ରାଷ୍ଟ୍ରୀୟ କମ୍ପାନୀ ଗୁଡିକର କତୃତ୍ୱ ରହୁଛି । ଡାଲିର ମୂଲ୍ୟ ବୃଦ୍ଧିକୁ ନେଇ ଆମର କିଛି କରିବାର ନାହିଁ । ଯଦି କେହି କଳାବଜାର କରୁଥାଏ ବା ଗ୍ରାହକକୁ ଶୋଷଣ କରୁଥାଏ ଖବର ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
୩. କୈଳାସ ଚନ୍ଦ୍ର ଭୋଳ ,ଖାଉଟି କୁହନ୍ତି ଯେ ,ଉତ୍ପାଦନ କମି ଯାଉଥିବା ବେଳେ ବହୁ ଚାଷୀ ମୁନାଫାଖୋର ବ୍ୟବସାୟୀଙ୍କ ଚକ୍ରାନ୍ତରେ ଶିକାର ହେବା ଓ ସରକାରଙ୍କ ଟ୍ୟାକ୍ସ ଜୁଲମ ପାଇଁ ଡାଲି ଦର ବଢିଛି । ସରକାର ଏହାର ସରଳ ସମାଧାନ କରନ୍ତୁ ।
୪. ରମେଶ ଚନ୍ଦ୍ର ସ୍ୱାଇଁ , ସମାଜସେବୀ. କୁହନ୍ତି ଯେ ଉତ୍ପାଦନ ସମୟରେ ଡାଲି ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଉଛି ।ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା କରୁଥିବା ବେଳେ ଡାଲି ଦର ଉପରେ ନିୟନ୍ତ୍ରଣ ରଖିବା ଏକ ଗୁରିତ୍ୱପୂର୍ଣ୍ଣ କାର୍ଯ୍ୟ ।ଡାଲିର ଏକ ନିର୍ଦ୍ଦିଷ୍ଟ ଦର ସରକାର ଧାର୍ଯ୍ୟ କରିବା ସହ ଏହା ଜନସାଧାରଣଙ୍କୁ ଅବଗତ କରାଇଲେ କଳାବଜାର ରୋକି ହେବ ।

Leave a Reply

Your email address will not be published. Required fields are marked *