କଟକ -୨୧/୧୧/୨୩ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)-ନେମାଳର ଅଚ୍ୟୁତାନନ୍ଦ ବିଦ୍ୟାପୀଠ ଓ ସୁରେନ୍ଦ୍ରନାଥ ସ୍ମୃତି କମିଟି ଆନୁକୁଲ୍ୟରେ କର୍ମବିର ସ୍ୱାଧିନତା ସଂଗ୍ରାମି ସ୍ୱର୍ଗତ ସୁରେନ୍ଦ୍ର ନାଥ ପଟ୍ଟନାୟକଙ୍କ ୧୦୯ତମ ଜନ୍ମଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଚିତାନନ୍ଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଏøତିହାସିକ ଜୟନ୍ତୀ ସମାରୋହରେ ଅତିଥି ଭାବରେ ସମାଜସେବୀ ମଲୟ କୁମାର ଦେ ,ଡଃ ଦିଲିପ କୁମାର ଦେ,ସମାଜସେବୀ ନାରାୟଣ ଦ୍ୱିବେଦୀ,ଉକ୍ତ ଉତ୍ସବରେ ଜୟନ୍ତୀ କମିଟି ଆବାହକ ସମାଜସେବୀ ସୁବାସ ଚନ୍ଦ୍ର ଦାସ ,ଧରଣିଧର ପୁଝାରୀ,ଅକ୍ଷୟ କୁମାର ସାହୁ,ସାମ୍ବାଦିକ ମାଧବାନନ୍ଦ ପାତ୍ର,ପ୍ରସନ୍ନ ନାୟକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସୁରେନ୍ଦ୍ର ନାଥ ପଟନାୟକଙ୍କୁ ଗଣ ହୃଦୟର ମଣିଷ ଉଲ୍ଲେଖ କରିବା ସହ ଏକାଧାରରେ ଜଣେ କର୍ମବୀର. ସ୍ୱାଧିନତା ସଂଗ୍ରାମି, ସମାଜସେବି ,ସମାଜ ସଂସ୍କାରକ ତଥା ଜଣେ ସାଲିସ ୍ ବିହୀନ ପ୍ରବାଦ ପୁରୁଷ ଥିଲେ ବୋଲି ମତ ପୋଷଣ କରିଥିଲେ । ପ୍ରଖ୍ୟାତ ସଂଗ୍ରାମି ସ୍ୱର୍ଗତ ପଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଐକ୍ୟବଦ୍ଧଭାବେ ସଂଗ୍ରାମ କରିବା ପାଇଁ ଆହ୍ୱାନ ଦେଇଥିଲେ । ସ୍ମୃତି କମିଟିର ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ କରିଥିôବା ବେଳେ ପୁତ୍ର କିଶୋର ପଟ୍ଟନାୟକ, ପୁତ୍ରବଧୁ ମିରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି କୃତଜ୍ଞତା ଦେଇଥିଲୋ