ଭୁବନେଶ୍ବର-୨୭ା୧୧(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)-: କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ଦ୍ୱାରା କାର୍ଯ୍ୟଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ସମିକ୍ଷା କରାଯାଇଛି ।ପ୍ରଥମେ ବିଧାୟକ ଶ୍ରୀଯୁକ୍ତ ବେହେରା ବିଭିନ୍ନ ପଞ୍ଚାୟତ ଗସ୍ତରେ ଆସି ସମସ୍ତ କାର୍ତ୍ତିକଶ୍ୱର ମଣ୍ଡପ ପରିଦର୍ଶନ କରି ପୂଜାଅର୍ଚ୍ଚନା କରିଥିଲେ । ପରେ ନେମାଳ ନେମାଳଠାରେ ଏକ ମିନୀ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟର ସମିକ୍ଷା କରି ସ୍ଥାନୀୟ କ୍ରୀଡାବିତ୍ ଓ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହିତ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲୋ ।ପରେ ଉତରକୂଳ ପଞ୍ଚାୟତ ଓ ବାବୁଜଙ୍ଗ ପଞ୍ଚୟତର ବିଭିନ୍ନ କାର୍ତ୍ତିକଶ୍ୱର ପୂଜା ମଣ୍ଡପ ପରିଦର୍ଶନ କରିବା ସହିତ ଉନ୍ନୟନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମିକ୍ଷା କରିଥିଲୋ ।
ଏହିଅବସରରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବେହେରାଙ୍କୁ ସ୍ଥାନିୟ ଅଞ୍ଚଳବାସୀଙ୍କ ପକ୍ଷରୁ ଉପଢୈାକନ ,ପୁଷ୍ପଗୁଛ ଓ ପୁଷ୍ଫମାଳ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । କଟକ ଜିଲ୍ଲା ବିଜୁଜନତାଦଳ ସାଧାରଣ ସଂପାଦକ ନୃସିଂହ ଚରଣ ମୁଦୁଲିିଙ୍କ ସଂଯୋଜନା ଓ ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ତଥା କଟକ ଜିଲ୍ଲା ବିଜୁଜନତାଦଳ ଉପସଭାପତି ଅଚ୍ୟୁତାନାନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇ,ସରପଞ୍ଚ ସସ୍ମିତା ମହାନ୍ତି,ନେମାଳ ପଞ୍ଚାୟତ ବିଜେଡି ସଭାପତି ବିମଳ କୁମାର ଦାସ ,ଉପସଭାପତି ଅମୀୟ ପ୍ରସାଦ ମହାନ୍ତି, ସମିତି ସଭ୍ୟ ବିଶ୍ୱେଦୁ ମହାରଣା , କନିଷ୍ଠଯନ୍ତ୍ରୀ ଅନାମ ଚରଣ ବିଶ୍ୱାଳ, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ,ଜିଲ୍ଲା ଯୁବ ସମ୍ପାଦକ ହିମାଂଶୁ ଶେଖର ଦାସ,ବ୍ଲକ ଛାତ୍ର ସଭାପତି ବଳଦେବାନନ୍ଦ ଦାସ , ବିଶିଷ୍ଟ କ୍ରୀଡାବିତ୍ ଅକ୍ତର ଅଲ୍ଲୀ,ଦ୍ୱିଜବର ପଣ୍ଡା,ଅମୁଲ୍ୟ ମହାନ୍ତି,ଭୈରବ ଚନ୍ଦ୍ର ଜେନା,ଅଟଳ ବିହାରି ମହାପାତ୍ର,ଦର୍ଶନୀ ନାୟକ,ଅରୁଣ କୁମାର ସିଂ,ସଂଜୁକ୍ତା ପୁହାଣ,କୈଳାସ ମହାପାତ୍ର,ସଂଦିପ ନାୟକ ,ଦେବାଶିସ ନାୟକ,କ୍ଷେତ୍ରବାସୀ ବେହେରା,ସୁନାକର ସାହୁ ,ଯୁବ ବିଜେଡି ସଭାପତି ଭୈରବ କାସ୍ତ,ସୁରେନ୍ଦ୍ର ସିଂ ପ୍ରମୁଖ ଯୋଗଦେଇଥିବା ବେଳେ ପ୍ରାକ୍ତନ ସରପଞ୍ଚ ପ୍ରାସାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲୋ ।