ଭୁବନେଶ୍ବର-୨୭ା୧୧(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)- : ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ପୂର୍ବାହ୍ନ ୧୦ଟା୧୫ରେ ନବୀନ ନିବାସରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେଲେ। ଏହି ସମୟରେ ବହୁ ବରିଷ୍ଠ ମନ୍ତ୍ରୀ ଓ କର୍ମୀ ଉପସ୍ଥିତ ଥିଲେ। ବିଜେଡିରେ ଯୋଗ ଦେବା ପରେ ଶ୍ରୀ ପାଣ୍ଡିଆନ ନବୀନ ନିବାସରୁ ଶଙ୍ଖ ଭବନ ଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ତାରାତାରିଣୀ ମନ୍ଦିର ଯାଇ ମା’ଙ୍କ ଆଶୀର୍ବାଦ ନେବାର ସୂଚନା ରହିଛି।
ପୂର୍ବରୁ ରାଜ୍ୟ ସରକାରଙ୍କ ଅଧିନରେ ଆଇଏସ ଭାବେ ୫-ଟିର ଦାୟିତ୍ୱ ତୁଲାଉ ଥିବା ଭିକେ ପାଣ୍ଡିଆନ କିଛି ଦିନ ତଳେ ଭିଆରଏସ ନେଇଥିଲେ। ରାଜ୍ୟ ସରକାର ୫-ଟିର ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଦାୟିତ୍ୱରେ ତାଙ୍କୁ ଅବସ୍ଥାପିତ କରିଥିଲେ। ଏହାପରେ ଶ୍ରୀ ପାଣ୍ଡିଆନ ବିଜେଡିରେ ଯୋଗ ଦେବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା।