ଭୁବନେଶ୍ବର-୦୨ା୧୨(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)-:ନେମାଳ ପଞ୍ଚାୟତର ଓଡିଆ ପୁଅ ଅବସରପ୍ରାପ୍ତ ସେନାଅଧିକାରୀ ରତ୍ନାକର ଦାସଙ୍କୁ ଆଜି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ପିଲାଟି ଦିନରୁ ଶ୍ରୀଯୁକ୍ତ ଦାସ ଦେଶ ସେବାର ଇଛା ପ୍ରକାଶ କରି ଦେଶ ସୁରକ୍ଷାରେ ନିଯୁକ୍ତ ହୋଇ ଦିର୍ଘ ୩୦ ବର୍ଷ ଦେଶମାତୃକାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରି ଆଜି ଅବସର ନେବା ପରେ ନିଜ ଗ୍ରାମ ନେମାଳକୁ ଫେରିଛନ୍ତି । ଏହି ଅବସରରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ବାଜା ବାଣ ଫୁଟାଇ ଏକ ଶୋଭାଯାତ୍ରାରେ ପ୍ରଥମେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ଦର୍ଶନ କରିବା ସହିତ ପୂଜାଅର୍ଚ୍ଚନା କରାଯାଇଥିଲା ।
ପରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇ ଉପଢୈକନ ଓ ପୁଷ୍ପଗୁଛ ପ୍ରଦାନ ପୁର୍ବକ ଶ୍ରୀଯୁକ୍ତ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ କାର୍ଯୟକ୍ରମରେ ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ,ସରପଞ୍ଚ ପ୍ରତିନିଧି ଅମିୟ ପ୍ରସାଦ ମହାନ୍ତି ,ସମିତି ସଭ୍ୟ ବିଶ୍ୱନ୍ଧୁ ମହାରଣା ,ବିଷ୍ଣୁ ଚରଣ ଦାସ,ବଟକୃଷ୍ଣ ଦାସ,କଳାକାର ସଂଘ ସଭାପତି କ୍ଷୀରୋଦ ବେହେରା,ରତିକାନ୍ତ ଭୁୟାଁ ,ଶରତ ସାମଲ,ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ ,ସାମ୍ବାଦିକ ବିନୟ କୁମାର ଦାସ ,ସାମ୍ବାଦିକ କ୍ଷମାନିଧି ପୂଜାରୀ.ସାମ୍ବାଦିକ ଗୋବିନ୍ଦ ଦାସ,ସାମ୍ବାଦିକ ମିନକେତନ ଦାସ,ସାମ୍ବାଦିକ କିରଣ ଶଂକର ନାୟକ. ନେତ୍ରାନନ୍ଦ ପୂଝାରୀ,ଉମେଶ ଚନ୍ଦ୍ର ଦାସ,ରଞ୍ଜନ ଦାସ,ପ୍ରକାଶ ଚନ୍ଦ୍ର ଦାସ,ସୁକଦେବ ଦାସ,ଧର୍ମପତ୍ନୀ ପ୍ରାକ୍ତନ ସରପଞ୍ଚ ଲତିକା ଦାସ,କାଜଲ ଦାସ,ନିଶାମଣୀ ପାତ୍ର,ନଳିନୀ ପାତ୍ର,ବସନ୍ତ ଦାସ,ଦେବ ଦାସ,ଲକ୍ଷ୍ମୀପ୍ରିୟା ସାହୁ,ପ୍ରଦିପ୍ତ ବୈସାଖ ,ଲିଲନ ଦାସ,ଶାନ୍ତିଲତା ବୈସାଖଙ୍କ ସମେତ ନେମାଳ ତଥା ଆଖପାଖ ପଞ୍ଚାୟତର ଶତାଧିକ ବ୍ୟକ୍ତି ଉକ୍ତ ସମ୍ଭର୍ଦ୍ଧନା ସଭାରେ ଯୋଗଦେଇ ଶ୍ରୀଯୁକ୍ତ ଦାସଙ୍କ ନିରାମୟ ଜୀବନ କାମନା କରିଥିଲେ । ଆଗାମି ଦିନରେ ଶ୍ରୀଯୁକ୍ତ ଦାସ ଉକ୍ତ ଏ ଅଞ୍ଚଳରେ ଜନହିତକର କାର୍ଯ୍ୟ ଜାରି ରଖିବେ ବୋଲି ସୁଚନା ଦେଇଥିଲେ ।