November 1, 2024

ଭୁବନେଶ୍ବର-(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)-: ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ପକ୍ଷରୁ ଯୁବ ରେଡ୍‌କ୍ରସ ଓ ରେଡ ରିବନ୍ ବ୍ଲବ ପକ୍ଷରୁ ସ୍ୱତନ୍ତ୍ର ଏଡସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶଙ୍କର ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଏଡସ୍ ରୋଗର ପ୍ରତିକାର କିଭଳି ଭାବେ କରାଯାଇ ପାରିବ ସେଥିପ୍ରତି ଏକ ସମବେତ ସଭାରେ ବିସ୍ତୃତ ସମଭାଷଣ ପ୍ରଦାନ କରାଯାଇଥିଲା ।

ଅତିଥି ଭାବେ ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ , ଥାନା ଆଇଆଇସ ଶୁସିଲ କୁମାର ନାୟକ,ଏସଆଇ ଗୈାରଙ୍ଗ ଚରଣ ବିଶ୍ୱାଳ,ଅଧ୍ୟାପକ ପ୍ରଦିପ୍ତ କିଶୋର ବେହେର.ଆଧ୍ୟାପକ ବିନୟ କୁମାର ଦାସ ,ଅ୍ମାପକ ବିବେକାନନ୍ଦ ଜେନା ପ୍ରମୁଖ ଯୋଗଦେଇ ଏଡସ୍ ନିରାକରଣ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ସମସ୍ତ ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଏଡସ୍ ନିରାକରଣର ବ୍ୟାନର ଓ ଫ୍ଲାକାଡ ଧରି ସ୍ଲୋଗାନ ଦେଇ ସ୍ଥାନିୟ ଅଞ୍ଚଳରେ ଜନସାଧାରଣ ମାନଙ୍କୁ ସଚେତନ କରିଥିଲେ ।ଏହି ଅବସରରରେ ଝୋଟି ,ବକୃତା ,ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଉତିର୍ଣ୍ଣ ଛାତ୍ରାଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଯୁକ୍ତ ତିନି କାଉସିଲର ଅଧ୍ୟାପକ ସୁଧାଶୁ ଶେଖର ସ୍ୱାଇଁ ଓ ଯୁକ୍ତ ଦୁଇ କାଉସିଲର ରଞ୍ଜୁଲତା ସାହୁ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କିରାଣି ମିନାକ୍ଷୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ସ୍ୱେଛାସେବୀ ଓ କର୍ମଚାରୀ ମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *