ଯୁକ୍ତ ଦୁଇ ବାଣିଜ୍ୟ ବିଭାଗ କ୍ରିକେଟ ଟିମ୍ ବିଜୟୀ
ଭୁବନେଶ୍ବର ,୨୩ା୧୨ (ଭୟେସ ଅଫ୍ ଇଣ୍ଡିଆ) :- ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି, ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ନାୟକଙ୍କ ଅଧକ୍ଷତାରେ ଆୟେଜିତ କ୍ରିକେଟ ଟୁର୍ନାମେଣ୍ଟରେ ୬ ଗୋଟି ଦଳ ସାମିଲ ହୋଇଥିଲେ । ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗରେ ୨ଗୋଟି ଦଳ ମଧ୍ୟରେ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗ କ୍ରିକେଟ ଟିମ୍ ୨୦ ରନରେ ବିଜୟୀ ହୋଇଥିଲେ , ସେହିପରି ଯୁକ୍ତ ତିନି ବିଭାଗରେ ମୋଟ ୪ ଗୋଟି କ୍ରିକେଟ ଟିମ ଅଂଶଗ୍ରହଣ କରିଥିବା ବେଳେ ଦୁତୀୟ ବର୍ଷ କଲା ବିଭାଗ କ୍ରିକେଟ ଟିମ ୬ ବିକେଟ ରେ ବିଜୟୀ ହୋଇଥିଲା, ନୋଡାଲ ଅଫିସର ଅଧ୍ୟାପକ ସୁଧାଂଶୁ ଶେଖର ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜିତ ଟୁର୍ଣ୍ଣାନେଣ୍ଟକୁ ଅଧ୍ୟାପିକା ଡଃ ଦିପ୍ତିମୟୀ ବେହେରା, ଅଧ୍ୟାପକ ପ୍ରଦୀପ୍ତ ବେହେରା, କ୍ରୀଡା ଶିକ୍ଷକ ରମେଶ ଚନ୍ଦ୍ର ଦଳାଇ, ଜଗଦୀଶ ଖୁଣ୍ଟିଆ, ଦେବାଶିଷ ଦାସ ପ୍ରମୁଖ ପରିଚାଳନା କରିଥିଲେ ।