November 1, 2024

ଡେସ୍କ: ରାଉରକେଲାରେ ହଇଜା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ରାଉରକେଲା ମହାନଗର ନିଗମ ସହ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ୫୩ ଜଣ ଡ଼ାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ପାଇଁ ୧୦ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗୁଡିକ ୨୪ ଘଣ୍ଟା ଖୋଲା ରଖାଯାଇଛି।ତେବେ ହଇଜାରେ ଘଟିଥିବା ମୃତ୍ୟୁର ଚିହ୍ନଟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ବରେ ଏକ ଅଡିଟ୍ କମିଟି ଗଠନ କରାଯାଇଥିଲା। ଏହି ଅଡିଟ୍ କମିଟିର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ଇତି ମଧ୍ୟରେ ହଇଜା ପରିସ୍ଥିତିର ପ୍ରକୃତ କାରଣ ଜାଣିବା ପାଇଁ ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ଓ ଏସସିବି ମେଡିକାଲର ଏକ ପ୍ରତିନିଧି ଦଳ ନମୂନା ସଂଗ୍ରହ କରିଛନ୍ତି।

Leave a Reply

Your email address will not be published. Required fields are marked *