November 1, 2024

ଡେସ୍କ: ବିଶ୍ୱରେ ଚଳିତ ବର୍ଷ ନଭେମ୍ବର ୨୦ରୁ ଡିସେମ୍ବର ୨୮ ଅର୍ଥାତ ୨୮ ଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨% ବୃଦ୍ଧି ଘଟିଛି। ପୂର୍ବ ୨୮ ଦିନ ତୁଳନାରେ ୮ ଲକ୍ଷ ୫୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ବିଷୟ ପ୍ରକାଶ କରିଛି। ତେବେ ପୂର୍ବ ୨୮ ଦିନ ତୁଳନାରେ ମୃତ୍ୟୁ ସଂଖ୍ୟା ୮% ହ୍ରାସ ପାଇଛି। ଡିସେମ୍ବର ୧୭ ସୁଦ୍ଧା ସାରା ବିଶ୍ୱରେ ସଙ୍କ୍ରମିତଙ୍କ ସଂଖ୍ୟା ୭୭ କୋଟି ୨ ଲକ୍ଷରୁ ଅଧିକ ଥିବାବେଳେ ପ୍ରାୟ ସାତ ଲକ୍ଷ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ – ହୁ ଆଜି ଏହି ରିପୋର୍ଟ ଜାରି କରିଛି। ନଭେମ୍ବର ୧୩ରୁ ଡିସେମ୍ବର ୧୦ ମଧ୍ୟରେ, ୧ ଲକ୍ଷ ୧୮ ହଜାରରୁ ଅଧିକ ନୂଆ କୋଭିଡ ସଂକ୍ରମିତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ୧ ହଜାର ୬୦୦ ରୁ ଅଧିକ ସଂକ୍ରମିତ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଭର୍ତ୍ତି ହୋଇଛନ୍ତି।

Leave a Reply

Your email address will not be published. Required fields are marked *