November 1, 2024

ସାଲେପୁର,୧୨ା୦୧(ଭୟୋସ ଅଫ୍ ଇଣ୍ଡିଆ):- ନେମାଳ ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଏକ ରଙ୍ଗାରଙ୍ଗ୍ ପରିବେଶ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଅଛି ।ବିଦ୍ୟାମନ୍ଦିରର ଅଧ୍ୟକ୍ଷା ଶ୍ରୀମତୀ ଝୁନୁମୟୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାର ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ଶାସ୍ ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟାପକ ବିନୟ କୁମାର ଦାସ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ଓ କ୍ରୀଡା ପତାକା ଉତ୍ତୋଳନ କରି ଏହି କ୍ରୀଡା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଛାତ୍ରୀମାନଙ୍କୁ ଶାରିରିକ କ୍ରୀଡା ଶିକ୍ଷାର ମୂଲ୍ୟବୋଧ ସଂପର୍କରେ ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟ ଭାବେ ସମାଜସେବୀ ଧରଣୀଧର ପୂଝାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କ୍ରୀଡାବିତ ସେକ୍ ଅକ୍ତର ଅଲ୍ଲୀ , କ୍ରୀଡା ଶିକ୍ଷକ ଅମରବଲ୍ଲଭ ଦାସ ,ଜିଆରଏସ ରଂଞ୍ଜନ କୁମାର ପଣ୍ଡା ,ତପନ କୁମାର ବୋଷ ପ୍ରମୁଖ ଯୋଗଦେଇ ଯୋଗଦେଇ କ୍ରୀଡାର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ ।ଉକ୍ତ ଉତ୍ସବରେ ଶିବାନନ୍ଦ ବିଦ୍ୟାମନ୍ଦିରର ଶିକ୍ଷୟତ୍ରୀ ପ୍ରଭାତ ନଳିନୀ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଶିବାନନ୍ଦ ବିଦ୍ୟାମନ୍ଦିରର ଶିକ୍ଷୟତ୍ରୀ ଶିଳ୍ପା ସ୍ନିଗ୍ଧାସାହୁ,ସସ୍ମିତା ଦାସ,ଚୈାଧୁରୀ ଭାଗ୍ୟଶ୍ରୀ ଦାସ,ଅମ୍ବିବା ବେଜ,ଗୀତାଞ୍ଜଳୀ ବାରିକଙ୍କ ସମେତ ସମସ୍ତ କର୍ମଚାରୀ ଓ ସ୍ଥାନିୟ ଜନସାଧାରଣ ମାନେ ଯୋଗଦେଇ ଥିଲେ । ଶେଷରେ ଶିକ୍ଷୟତ୍ରୀ ଭକ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *