ଭୁବନେଶ୍ୱର, ୨୫ା୧ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ପବିତ୍ର ପୁଷ ପୂର୍ଣ୍ଣିମା ଅବସରରେ ନେମାଳ ପଦ୍ମବନ ପୀଠରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୁଷ୍ୟାଭିଷେକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ହଜାର ହଜାର ଶ୍ରଧାଳୁ ଭକ୍ତ ଓ ସାଧୁସନ୍ଥଙ୍କ ସମାଗମ ଘଟିଛି । ଆମର ହସ୍ତଗତ ହୋଇଥିବା ଖବର ଅନୁଯାଇ ପ୍ରତ୍ୟୁଷରୁ ଟ୍ରଷ୍ଟବୋଡର ପ୍ରତ୍ୟକ୍ଷ ତତ୍ୱାବଧାନରେ ବୈାଷ୍ଣବ ସେବାୟତ ମାନଙ୍କ ଦ୍ୱାରା ଦେବ ନିତୀ ଅନୁସାରେ ପ୍ରାପ୍ତ ୪ଘଟିକା ସମୟରେ ପ୍ରଥମେ ଗୁପ୍ତସେବା ପରେ ମହାସ୍ନାନ,ମଙ୍ଗଳ ଆଳତି, ତୁଳସି-ଚନ୍ଦନ-କପୂର ଲାଗି,ଆଳତି,ନିତି ଧୂପ,ପ୍ରଥମ ପ୍ରହର ଭୋଗ ଆଦି ପାରମ୍ପାରିକ ରିତି ନିତି ଅନୁସାରେ କରାଯାଇ ଭଗବାନ ବିଷ୍ଣୁଙ୍କ ପ୍ରଥମ ଅବତାର ବ୍ରହ୍ମ ଗୋପାଳ ବେଶ କରାଯାଇଥିଲା । ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପହଡ ଖୋଲାଯାଇଥିଲା । ବେଢା ଚର୍ତୁପାଶ୍ୱର୍କୁ ବିଭିନ୍ନ ଫୁଲରେ ସାଜସଜ୍ଜା କରାଯିବା ସହିତ ମହାପୁରୁଷଙ୍କ ପୀଠକଫୁୁୁଲର ଏକ ସୁସଜ୍ଜିତ ମନ୍ଦିର ନିର୍ମାଣ କରାଯାଇଥିଲା । ମଦ୍ୟାହ୍ନରେ ସେବାୟତମାନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ପଗଡିଯାତ୍ରା ଆୟୋଜନ କରାଯାଇଥିଲା । ଓଡିଶାର ସର୍ବ ବୃହତ ପଗଡି ଶୋଭାଯାତ୍ରାରେ ହଜାର ହଜାର ଶ୍ରଧାଳୁ ଭକ୍ତ ଯୋଗଦେଇଥିଲେ ।
ଏହି ପଗଡିଯାତ୍ରାରେ ଏକବୃହତ୍ତକାୟ ପଗଡିକୁ ଶୋଭାଯାତ୍ରାରେ ପ୍ରଥମେ କୁଞ୍ଜବିହାରୀ ମଠର ଅଧିଶ୍ୱର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଯଥାବିଧି ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ସେବାୟତମାନେ ପଗଡିକୁ ଏକ ପାଲିଙ୍କିରେ ସୁସଜ୍ଜିତ କରି କାନ୍ଧରେ କାନ୍ଧେଇ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ,ଘଂଟଣ୍ଟଘଂଟା, ସଂକୀର୍ତନ,ହରିବୋଲ, ହୂଳାହୂଳୀ ସହିତ ଷଣ୍ଢ, ସଖୀ ନାଚ ଓ ରାମଲୀଳା ସହିତ ପ୍ରଥମେ ଦଧିବାମନଜୀଉ ମନ୍ଦିର, ମା’ତାରିଣୀ ପୀଠ, ମଙ୍ଗଳା ମନ୍ଦିର ପରିକ୍ରମା କରାଇ ଶେଷରେ ମହାପୁରୁଷଙ୍କ ପୀଠ ଚର୍ତୁପାଶ୍ୱର୍ରେ ପରିକ୍ରମା କରାଯାଇ ଦେବାଦେବୀଙ୍କୁ ନୈବେଦ୍ୟ ଲାଗି କରାଯାଇଥିଲା ।ଏହି ଅବସରରେ ଭିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କ ଦ୍ୱାରା ଭବ୍ୟପୂଜାଅର୍ଚ୍ଚନା କରାଯାଇଥିଲା । ପଗଡିଯାତ୍ରା ମହାପୁରୁଷଙ୍କ ନିକଟରେ ପହଞ୍ôଚବା ପରେ ସେବାୟତ ମାନଙ୍କ ଦ୍ୱାରା ବନ୍ଦାପନା କରାଯାଇ ପଦ୍ମମୁଖ ତଥା ରାଜାଧିରାଜ ବେଶରେ ବେଶରେ ଲାଗି କରାଯାଇଥିଲା ।
ଏଥିରେ ମହାପୁରୁଷଙ୍କ ଲାଗି ବିଭିନ୍ନ ପ୍ରକାର ପିଠାପଣା ବ୍ୟଞ୍ଜନାଦି ପ୍ରସ୍ତୁତି କରାଯାଇ ପ୍ରଭୁଙ୍କୁ ଲାଗି କରାଯାଇଥିଲା । ପଗଡି ଲାଗିପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଆନନ୍ଦ ବଜାର ଖୋଲାଯାଇ ମହାପ୍ରସାଦ ସେବାର ବ୍ୟବସ୍ଥା କରାଯାଇଥିଲା । ପରେ ସନ୍ଧ୍ୟାରେ ମହାପୁରୁଷଙ୍କର ନିତି ନିର୍ଘଣ୍ଟ ଅନୁଯାୟୀ ମହାଆଳତୀ କରାଯାଇ ସରଣ ପଞ୍ଜର, ଅଷ୍ଟ ଗୁଜରୀ, ନବ ଗୁଜରୀ , ଭଜନ ଓ ଅକ୍ଷୟ କୁମାର ଦେଙ୍କ ତତ୍ୱାବଧାନରେ ଭାଗବତ ପାଠ କରାଯାଇଥିଲା । ପରେ ମୟୁରପୁଛ ଖଚିତ ତୁଳସି ଓ ପୁଷ୍ପ ଟାହିୟା ଲାଗି କରାଯାଇ ରୁଦ୍ର ଗୋପାଳ ବେଶ ସେବାୟତ ମାନଙ୍କ ଦ୍ୱାରା କରାଯାଇଥିଲା । ଏହି ସମୟରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ମହାପୁୁରୁଷଙ୍କ ସାନ୍ନି୍ମଲାଭ କରିଥିଲେ । ଅତସବାଜୀରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା , ଚିତ୍ରୋତ୍ପଳା ନଦୀ ଗର୍ଭ ରାହାସ କିର୍ତ୍ତନ,ଭଜନଜଣାଣ ଓ ମହାପୁରୁଷଙ୍କ ତତ୍ୱ ଆଲୋଚନା ଚକ୍ରରେ ସମଗ୍ର ପରିବେଷ ଉତ୍ସବ ମୁଖର ହୋଇଥିଲା । ଓଡିଶା କୋଣ ଅନୁକୋଣରୁ ଆସିଥିବା ଅଚ୍ୟୁତ ପ୍ରେମି ମାନେ ରାତି ତମାମ ଉଜାଗର ରହି ଭକ୍ତ ଓ ଭଗବାନଙ୍କର ଦୂଲ୍ଲଭ ମିଳନକୁ ଅନୁଭବ କରୁଥିଲେ । ଶେଷରେ ମହାପ୍ରଭୁଙ୍କୁ ଅଧର ପଣା ଲାଗି କରାଯିବା ସହ ରସାବଳୀ , ସରଲବଣୀ ଭୋଗ ଅର୍ପଣ କରାଯାଇଥିଲା । ଏହି ମହୋତ୍ସବରେ କଟକ ଏସପି ମିହିର ପଣ୍ଡାଙ୍କ ତତ୍ୱାବଧାନରେ ନେମାଳ ଥାନା ଆଇଆଇସି ଶୁସିଲ କୁମାର ନାୟକଙ୍କ ସମେତ ବହୁ ପୁଲିସ ଅଧିକାରୀ ଯୋଗଦେଇ ଶାନ୍ତିଶୃଖଳା ରକ୍ଷା କରିଥିଲୋ ।ଉକ୍ତ କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ତହସିଲଦାର ଦିଲିପ କୁମାର ନାୟକ, ବ୍ରହ୍ମଚାରୀ ବ୍ରହ୍ମାନନ୍ଦ ସରସ୍ୱତୀ, ଆଇନଜୀବୀ ଶିଶିର ଦାସ,ସମାଜସେବୀ ପ୍ରସନ୍ନ କୁମାର ବେଉରା, ବରିଷ୍ଠ ସେବାୟତ ଧରଣୀଧର ପୂଝାରୀ,ପ୍ରସନ୍ନ କୁମାର ପତିହାରୀ , ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ, ଶଶିକାନ୍ତ ପୁଝାରୀ,ଜିତେନ୍ଦ୍ର ପୁଝାରୀ,ବିଭୁତିଭୁଷଣ ପୂଜାରୀ,ପଣ୍ଡିତ ଶତ୍ରୁଘ୍ନ ଦାସ, ଅଜୟ କୁମାର ପୃଷ୍ଟି, ହରେକୃଷ୍ଣ ପୂଝାରୀ, ସେବାୟତ ସଂଘର ସଭାପତି କ୍ଷମାନିଧି ପୂଝାରୀ, ସାମ୍ବାଦିକ ବିନୟ କୁମାର ଦାସ, ସାମ୍ବାଦିକ ଗୋବିନ୍ଦ ଦାସ ,ପଦ୍ମନାଭ ପୂଝାରୀ, ଟ୍ରଷ୍ଟ କର୍ମକର୍ତ୍ତା ଶରତ ମଳିକଙ୍କ ସମେତ ବଜାର ବ୍ୟବସାୟୀ ସଂଘ ,ସେବାୟତ ସଂଘଙ୍କ ସମେତ ବହୁ ଅନଷ୍ଠାନ, ଅଚ୍ୟୁତ ପ୍ରେମୀ, ଲୋକପ୍ରତିନିଧି.ସାହିତ୍ୟିକ ଓ ସମାଜ ସଂସ୍କାରକ ମାନେ ସହଯୋଗ କରିଥିଲେ