ଭୁବନେଶ୍ୱର, (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ନେମାଳ ପୀଠରେ ଅଭିଷେକ ପରମ୍ପରା କେଉଁ ଅନାଦି କାଳରୁ ଚାଲି ଆସୁଥିବା ବେଳେ ପଗଡି ପରମ୍ପରା ଦିର୍ଘ ୧୭ବର୍ଷ ହେବ ଚାଲିଛି । କଟକ ଫିିରିଙ୍ଗ ବଜାର ନର୍ସରିଲେନ୍ର ଶିଳ୍ପି ଚନ୍ଦ୍ରଶେଖର ସାହୁଙ୍କ ତତ୍ତ୍ୱାବଧାନରେ ୧୫ଜଣ ଶିଳ୍ପି ୫ଦିନ ଅକ୍ଲାନ୍ତ ପରିଶ୍ରମ କରି ୫୦ମିଟର କପଡାରେ୧୪ଫୁଟର ପଗଡି ତିଆରି କରିଥାନ୍ତି ।
ସମାଜସେବୀ ପ୍ରସନ୍ନ କୁମାର ବେଉରାଙ୍କ ଦ୍ୱାରା ଉକ୍ତ ପଗଡି ତିଆରି ହୋଇ କଟକରୁ ନେମାଳ ଆସି ପହଞ୍ଚିବା ପରେ ସେବାୟତ ମାନଙ୍କ ଦ୍ୱାରା ସୋଦନ କରାଯାଇଇ ଶୋଭାଯାତ୍ରାକୁ ନିଆଯାଇଥିଲା । ଉକ୍ତ ଶୋଭାଯାତ୍ରା ସଂମ୍ପୁର୍ଣ୍ଣ ହେବା ପରେ ପୀଠ ନିକଟକୁ ଅଣାଯାଇ ବନ୍ଦାପନା ସହ ମହାପ୍ରଭୁଙ୍କ ମସ୍ତକରେ ପରିଧାନ କରାଯାଇଥିଲା । ପରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ ଅଚ୍ୟୁତାନନ୍ଦ ଜୀ ।